Get Updates
Get notified of breaking news, exclusive insights, and must-see stories!

ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ସବୁଠି ମିଳୁଛି ପ୍ରଶଂସା, ବୁଝୁଛନ୍ତି ସାଧାରଣ ଜନତାଙ୍କ କଥା

ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆ ମୂଖ୍ୟମନ୍ତ୍ରୀ ହେବା ପରେ ସେ ଏବେ ଭାରି ଚର୍ଚ୍ଚାରେ । ଏପରିକି ତାଙ୍କ ସହ ଫଟୋ ଉଠାଇ ଲୋକେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ।

କାହା ଆଖିର ଲୁହ ପଢୁଛନ୍ତି ତ କାହା ମନର କୋହ। କେତେବେଳେ ବାଣୀବିହାରରେ ଛୋଟ ପିଲାଙ୍କୁ କୋଳେଇ ନେଲେ ତ ମୈତ୍ରୀବିହାରରେ ବସ୍ତିରେ ପଶି ଲୋକଙ୍କ ଦୁଃଖ ବୁଝିଲେ । ବସ୍ତିବାସିନ୍ଦାଙ୍କଠାରୁ ପାଣି ପିଇଲେ । ଅଧା ସମୟ ଲୋକଙ୍କ ସାଥୀରେ ବିତାଇଲେ । ପ୍ରଥମ ଦିନରୁ ହିଁ ଜନତାଙ୍କ ମନ ଜିଣିଛନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ମାଧ୍ୟମରେ ଗୋଟିଏ ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେ ଏ ସରକାର ହେଉଛି ଲୋକଙ୍କର, ଲୋକଙ୍କ ପାଇଁ, ଲୋକଙ୍କ ଦ୍ବାରା । ଆଉ ସେ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ ।

mohan Charan majhi

ମାଲ୍ୟାର୍ପଣ
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କଠାରୁ ଆରମ୍ଭ କରି ଉତ୍କଳମଣି ଗୋପବନ୍ଧୁ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀରମୋହନ ସେନାପତି, ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପରି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଗୋଟିଏ ପରେ ଗୋଟିଏ ଛକରେ ପହଞ୍ଚି ମାଲ୍ୟାର୍ପଣ କରିବା ସମୟରେ ଲୋକଙ୍କ ଗୁହାରି ଶୁଣିଥିଲେ । ଏପରିକି ସୁଆଣ୍ଡୋ ଯାଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଭକ୍ତ-ଭଗବାନ ମଧ୍ୟରେ କମିଲା ଦୂରତା

ପ୍ରଥମ ଦିନରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ ।
ଏଥିସହ ଶ୍ରୀମନ୍ଦିରର ୪ଦ୍ୱାର ମଧ୍ୟ ଖୋଲିଥିଲେ । ଭକ୍ତମାନେ କିଭଳି ସୁରୁଖୁରୁରେ ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ, ପ୍ରସ୍ଥାନ କରିବେ ଓ ଭକ୍ତଙ୍କ ପାଇଁ ପାନୀୟ ଜଳ, ଜୋତା ଷ୍ଟାଣ୍ଡ, ଛାଇ ପାଇଁ ସେଡ ବ୍ୟବସ୍ଥା କରିବାକୁ ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ କଟକଣା ହଟିବା ପରେ ସବୁ ଭକ୍ତ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

କ୍ୟାବିନେଟ୍ ନିଷ୍ପତ୍ତି

  1. ଶପଥ ଗ୍ରହଣ କରିବା ସାଙ୍ଗେ ସାଙ୍ଗେ ଦେଇଥିବା ପ୍ରତିଶ୍ରୁତି ରଖିଲେ । ପ୍ରଥମ ନିଷ୍ପତ୍ତି ଅନୁଯାୟୀ, ମହାପ୍ରଭୁଙ୍କ ମଙ୍ଗଳ ଆରତୀ ସମୟରେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲାଗଲା।
  2. ଦ୍ବିତୀୟ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରର ଉନ୍ନତିକରଣ, ସଂରକ୍ଷଣ, ବିକାଶ ତଥା ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ୫୦୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡର ବ୍ୟବସ୍ଥା କରିବେ।
  3. ତୃତୀୟ ନିଷ୍ପତ୍ତି ହେଉଛି ରାଜ୍ୟର କୃଷକ ଭାଇଭଉଣୀ ମାନଙ୍କ ସଶକ୍ତିକରଣ ପାଇଁ ଏକ 'ସମୃଦ୍ଧ କୃଷକ ନୀତି' ଆସିବ ଏବଂ ଚାଷୀ ମାନଙ୍କୁ ଦିଆଯାଇଥିବା ପ୍ରତିଶୃତି ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏଥିପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆଗାମୀ ୧୦୦ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ।
  4. ଚତୁର୍ଥ ନିଷ୍ପତ୍ତି ଅନୁଯାୟୀ ମହିଳା ମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ ଏବଂ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ। ଆଗାମୀ ୧୦୦ ଦିନ ମଧ୍ୟରେ ଏହାର ରୂପରେଖ ପ୍ରସ୍ତୁତ କରି ମାର୍ଗଦର୍ଶିକା (guidelines) ପ୍ରସ୍ତୁତ କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଲୋକଙ୍କ ଗହଣରେ ନୂଆ ମୁଖ୍ୟମନ୍ତ୍ରୀ

ଏ ସରକାର ଯେ ଲୋକଙ୍କ ସରକାର ଏବଂ ସେ ଯେ ଲୋକଙ୍କ ସିଏମ୍, ସେଇ ବାର୍ତ୍ତା ଝଲସିଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଦିନର ପ୍ରଥମ କାର୍ଯ୍ୟକ୍ରମରୁ । ଶପଥ ସମୟରେ ବ୍ୟାରିକେଡକୁ ଖାତିର ନ କରି ସେ ସାଧାରଣ ଲୋକଙ୍କ ସହ ମିଶିଥିଲେ । ଆଉ ଦଳର ପୁରୁଣା କାର୍ଯ୍ୟକର୍ତ୍ତା ଦେଖିଲେ ତାକୁ ନମସ୍କାର ହେଉଥିଲେ । ଏପରିକି ଏବେ ରାଜ୍ୟ ଅତିଥି ଭବନରେ ହୋଇଥିବା ନୂତନ ମୁଖ୍ୟମନ୍ତ୍ରୀ ଆବାସରେ ମଧ୍ୟ ସାଧାରଣ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁଛନ୍ତି । ଆଉ ସେ ସମସ୍ତଙ୍କ ସମସ୍ୟା ବୁଝୁଛନ୍ତି ।

ଲୋକସେବା ଭବନ ଗଲେ ସାମ୍ବାଦିକ

ମନ୍ତ୍ରୀମଣ୍ଡଳ ଶପଥ ନେବାର ଗୋଟିଏ ଘଣ୍ଟା ମଧ୍ୟରେ ସାମ୍ବାଦିକଙ୍କ ପାଇଁ ଖୋଲିଲା ଲୋକସେବା ଭବନ । ୨୦୨୦ ମାର୍ଚ୍ଚ ମାସରୁ ସାମ୍ବାଦିକଙ୍କ ପାଇଁ ମନା ଥିବା ଲୋକସେବା ଭବନ ତୁରନ୍ତ ସାମ୍ବାଦିକଙ୍କ ପାଇଁ ଖୋଲାହୋଇଛି । ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିବା ପରେ ଶହ ଶହ ସାମ୍ବାଦିକ ଖୁସିମନରେ ଲୋକସେବା ଭବନ ଅଭିମୁଖେ ବାହାରିପଡିଥିଲେ । ଆଉ ବହୁତ୍ ଖୁସି ହୋଇଥିବା ଦେଖିବାକୁ ମିଳିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+