ଦେଢ଼ବର୍ଷ ପରେ ଲୋକ ପାଖରକୁ ଗଲା ପିଏମ୍ ଆବାସ ୱାର୍କ ଅର୍ଡର
ଭୁବନେଶ୍ବର: ଦୀର୍ଘ ପ୍ରାୟ ଦେଢ଼ବର୍ଷ ଧରି ରାଜ୍ୟରେ ଠପ୍ ହୋଇଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ପୁଣିଥରେ କାର୍ଯ୍ୟାଦେଶ ବଂଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ରାଜ୍ୟରେ ଅନଲାଇନରେ ଏହି ପିଏମ୍ ଆବାସ ଘରର ୱାର୍କ ଅର୍ଡର ଅନଲାଇନରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି ।

ତେବେ ଏହି ଯୋଜନାରେ ପ୍ରଥମ ଥର ଲାଗି ଅନ୍ଲାଇନ ଜରିଆରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି। ତେବେ ପାହାଡିଆ ଅଞ୍ଚଳରେ ରହୁଥିବା ହିତାଧିକାରୀଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ମିଳିବାକୁ ଥିବାବେଳେ ସମତଳ ଅଞ୍ଚଳରେ ରହୁଥିବା ହିତାଧିକାରୀଙ୍କୁ ଲକ୍ଷେ ୨୦ ହଜାର ମିଳିବ। ପାହାଡିଆ ଅଞ୍ଚଳର ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା, ଦ୍ୱିତୀୟ କିସ୍ତିରେ ୬୫ହଜାର ଏବଂ ଗୃହନିର୍ମାଣ ଶେଷ ସହିତ ଶୌଚାଳୟ ନିର୍ମାଣ, ହିତାଧିକାରୀ ସେହି ନୂଆ ଘରେ ରହିବା ଆରମ୍ଭ କରିବା ପରେ ବାକି ୩ୟ କିସ୍ତି ୨୫ ହଜାର ଟଙ୍କା ମିଳିବ । ଏଭଳି ଭାବେ ମୋଟ ୧.୩୦ଲକ୍ଷ ଟଙ୍କା ପିଏମ୍ ଆବାସ ଯୋଜନାରେ ମିଳିବ।
ଅନ୍ୟପଟେ ସମତଳ ଅଞ୍ଚଳ ଲାଗି ପ୍ରଥମ କିସ୍ତିରେ ୪୦ ହଜାର, ଦ୍ୱିତୀୟ କିସ୍ତିରେ ୬୫ ଏଭଂ ତୃତୀୟ କିସ୍ତିରେ ୧୫ ହଜାର ଟଙ୍କା ଦିଆଯିବ। ତେବେ ସୂଚନା ମୁତାବକ ଯେଉଁ ହିତାଧିକାରୀମାନଙ୍କ ତାଲିକାରେ ନାଁ ଅଛି ସେମାନଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରିଥିବା ଜଣେ ପଞ୍ଚାୟତିରାଜ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି । ଏହାଦ୍ୱାରା ଯେଉଁମାନେ ପ୍ରକୃତ ହିତାଧିକାରୀ ଏବଂ ବାତ୍ୟା ଫନୀ ଦ୍ୱାରା କ୍ଷତିଗ୍ରସ୍ତ ଏପରି ମୋଟ ୯ ଲକ୍ଷ ଲୋକଙ୍କୁ ମିଳିବ ବୋଲି ଅଧିକାରୀ ଜଣକ କହିଛନ୍ତି ।
ଗତ ମେ' ୩୦ତାରିଖରେ ରାଜ୍ୟ ପଂଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀ ସମସ୍ତ ଜିଲ୍ଲାପାଳ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ଓ ବିଡିଓଙ୍କୁ ଚିଠି ଲେଖି ପିଏମ ଆବାସ(ଗ୍ରାମୀଣ) ଘରର କାର୍ଯ୍ୟାଦେଶ ହିତାଧିକାରୀଙ୍କୁ ଅନଲାଇନରେ ବଂଟନ କରାଯିବ ବୋଲି ସୂଚନା ଦେଇଥିଲେ ।
ସୂଚନା ଅନୁସାରେ, ରାଜ୍ୟର ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଛାତଘର ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍ ଆବାସ)ରେ କେନ୍ଦ୍ର ସରକାର ୨୦୨୩ ଜାନୁୟାରୀ ମାସରେ ମୋଟ ୯ଲକ୍ଷ ୫୯ହଜାର ୫୧୮ଟି ଘର(୧.୪୨ଲକ୍ଷ ଘର ଫନି ବାତ୍ୟା ପ୍ରଭାବିତଙ୍କ ପାଇଁ) ମଞ୍ଜୁର କରିଥିଲେ । ଏହି ଘରଗୁଡ଼ିକୁ ହିତାଧିକାରୀଙ୍କୁ ବଣ୍ଟନ କରିବା ନିମନ୍ତେ ରାଜ୍ୟ ସରକାର ପ୍ରାୟ ୬ମାସ ଧରି ଟାଳଟୂଳ ନୀତି ଅବଲମ୍ବନ କରି ଶେଷରେ ଆଜିଠୁ କାର୍ଯ୍ୟାଦେଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅନଲାଇନ୍ ମାଧ୍ୟମରେ ହିତାଧିକାରୀମାନେ ନିଜର ଆଧାର କାର୍ଡ ବିବରଣୀ ଦେଇ ଏହି ୱାର୍କ ଅର୍ଡର(କାର୍ଯ୍ୟାଦେଶ)କୁ ଡାଉନଲୋଡ୍ କରିବାର ସୁଯୋଗ ପାଇବେ ।
-
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ












Click it and Unblock the Notifications