୫ ବର୍ଷରୁ କମ ବୟସର ଶିଶୁ ପାଇଁ ରାଜ୍ୟରେ ଆରମ୍ଭ ହେଲା ପିସିଭି ଟିକାକରଣ

ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ପି.ସି.ଭି ଟିକାକରଣ ପ୍ରକ୍ରିୟା। ୫ ବର୍ଷରୁ କମ ବୟସର ଶିଶୁଙ୍କୁ ତିନୋଟି ପର୍ଯ୍ଯାୟରେ ମାଗଣାରେ ଏହି ଟିକା ପ୍ରଦାନ କରାଯିବ ।

ଭୁବନେଶ୍ବର: ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ପି.ସି.ଭି ଟିକାକରଣ ପ୍ରକ୍ରିୟା। ୫ ବର୍ଷରୁ କମ ବୟସର ଶିଶୁଙ୍କୁ ତିନୋଟି ପର୍ଯ୍ଯାୟରେ ମାଗଣାରେ ଏହି ଟିକା ପ୍ରଦାନ କରିବାକୁ ଲକ୍ଷ ରଖାଯାଇଥିବା ବେଳେ ନିମକୋସ ଜୀବାଣୁ ଠାରୁ ପିଲାଙ୍କୁ ଦୂରେଇ ରଖିବା ସହ ସେମାନଙ୍କ ମୃତ୍ୟୁ ହାର ଉପରେ ରୋକ ଲାଗିପାରିବ।

PCV vaccination

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ରାଜ୍ୟସ୍ତରୀୟ ନିମୋକୋକାଲ କଞ୍ଜୁଗେଟ ଭ୍ୟାକ୍ସିନର ଟିକାକରଣ, ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କରିଛନ୍ତି । କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁଙ୍କୁ ନିମୋକୋକାଲ ରୋଗ ହେବାର ଆଶଙ୍କା ଦେଖା ଯାଇଥାଏ । ଏଣୁ ଏଭଳି ରୋଗରୁ ରକ୍ଷା କରିବା ଲାଗି ଆଜିଠାରୁ ପିସିଭି ଟିକାକରଣ ଆରମ୍ଭ ହୋଇଛି । ଏବେ ରାଜ୍ୟରେ ୮୮ ହଜାର ୪୦୦ ଡୋଜ୍ ଟିକା ରହିଛି । ସମସ୍ତ ସରକାରୀ ହସ୍ପିଟାଲରେ ଶିଶୁମାନଙ୍କୁ ଏହି ଟିକା ବିନା ମୂଲ୍ୟରେ ଦିଆଯିବ ବୋଲି କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+