ରାଜ୍ୟ କଂଗ୍ରେସକୁ ସତର୍କ କରାଇଲା ପିସିସି, ଜାଣନ୍ତୁ କାରଣ

କଂଗ୍ରେସକୁ ଟିକେଟ ପାଇଁ ଟଙ୍କା ଡର । ୨୦୨୪ ସାଧାରଣ ନିର୍ବାଚନ ପାଇଁ ସବୁ ଦଳର ଜୋରଦାର ପ୍ରସ୍ତୁତି ଚାଲିଛି। ଶାସକ ବିଜେଡିକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ବିଜେପି ଓ କଂଗ୍ରେସ । ଅନେକ ଦିନ କ୍ଷମତାରୁ ଦୂରେଇ ରହୁଥିବା କଂଗ୍ରେସ ଏଥର କିନ୍ତୁ ପୂର୍ ଦମରେ ଲାଗିଛି । ଏହାରି ଭିତରେ କଂଗ୍ରେସ ଟିକେଟ ପାଇଁ ଟଙ୍କା କାରବାର ହେଉଥିବା ଖବର ଚର୍ଚ୍ଚାକୁ ଆସିବା ପରେ ସତର୍କ କରାଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ।

congress

ଉଭୟ ବିଧାନସଭା ଓ ଲୋକସଭା ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବାର ପ୍ରତିଶ୍ରୁତି ଦେଇ କିଛି ବ୍ୟକ୍ତି ବିଶେଷ ଟଙ୍କା ଆଦାୟ କରୁଥିବା ଖବର ପିସିସି ସଭାପତିଙ୍କ ନଜରକୁ ଆସିଥିଲା। ଏଭଳି ଖବର ସାମ୍ନାକୁ ଆସିବା ପରେ ସବୁ ଜିଲ୍ଲା ସଭାପତି ଓ ରାଜ୍ୟ ସାମ୍ମୁଖ୍ୟଙ୍କୁ ପିସିସି ପକ୍ଷରୁ ଚିଠି ଦିଆଯାଇଛି।

କୌଣସି ନେତା ଏଭଳି ଖବରକୁ ବିଶ୍ୱାସ ନକରିବାକୁ ଚିଠିରେ ସତର୍କ କରାଇ ଦିଆଯାଇଛି। ୨୦୨୪ ନିର୍ବାଚନ ପାଇଁ ଲୋକସଭା ଓ ବିଧାନସଭା ଟିକେଟ ନିର୍ଦ୍ଧାରିତ ସମୟରେ ଏଆଇସିସି ଦ୍ୱାରା ଘୋଷଣା କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+