ନୂଆବର୍ଷ ପାଳିବେନି ପିସିସି ସଭାପତି
ନୂଆବର୍ଷ ପାଳିବେନି ପିସିସି ସଭାପତି । ଚାଷୀମାନଙ୍କ ପାଇଁ ନୂଆବର୍ଷ ପାଳିବେନି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଭୁବନେଶ୍ୱର: ନୂଆବର୍ଷ ପାଳିବେନି ପିସିସି ସଭାପତି । ଚାଷୀମାନଙ୍କ ପାଇଁ ନୂଆବର୍ଷ ପାଳିବେନି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କେନ୍ଦ୍ର ସରକାରଙ୍କ କୃଷି ଆଇନର ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ ଚାଷୀ ଶୀତ କାକରରେ ରାସ୍ତାରେ ପଡିରହି ଆନ୍ଦୋଳନ କରୁଥିବା ବେଳେ ଆମେ କିପରି ନୂଆ ବର୍ଷ ପାଳିବା ବୋଲି ନିରଞ୍ଜନ କହିଛନ୍ତି ।

ଚାଷୀମାନେ ଦେଶର ମେରୁଦଣ୍ଡ । କଂଗ୍ରେସ ଦଳ ସର୍ବଦା କୃଷକମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିଆସିଛି । ଏଭଳି ଦୁଃଖଦ ସମୟରେ ସେମାନଙ୍କ ପ୍ରତି ସମର୍ଥନ ଓ ସମବେଦନା ଜଣାଇବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଆସନ୍ତାକାଲି ୨୦୨୧ ନୂଆବର୍ଷ ପାଳନ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।












Click it and Unblock the Notifications