ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ, ବଡବଡୁଆ ଡାକ ପାଇଁ ସ୍ଥାନ ଚିହ୍ନଟ
ପୁରୀ: ଆସନ୍ତାକାଲି ଦୀପିବଳି ଅମାବାସ୍ୟା । ଦୀପାବଳି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଦୀପାବଳି ଦିନ ପୟାଶ୍ରାଦ୍ଧ ପଡିଥାଏ । ଏଥିପାଇଁ ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥାଏ । ସିହଂ ଦ୍ୱାରା ସମ୍ମୁଖରେ ପୟା ଶ୍ରାଦ୍ଧ କରିବାର ବିଧି ରହିଛି । ଏହି ଅବସରରେ କାଉଁରିଆ ଧରି ବଡ଼ବଡୁଆ ଡକାଯିବାର ପରମ୍ପରା ରହିଛି । ଯେଉଁଥି ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି ।
ବଡବଡୁଆ ଡାକିବାପାଇଁ ଶ୍ରୀମନ୍ଦିର ନିକଟରେ ସ୍ଥାନ ଚିହ୍ନଟ ହୋଇସାରିଛି । ଶ୍ରଦ୍ଧାଳୁ ଯେଉଁଭଳି ଭାବେ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ କାଉଁରିଆ ଜାଳିପାରିବେ ସେନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ସେହିପରି ଭକ୍ତଙ୍କ ଭିଡକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି ।

ଶ୍ରୀମନ୍ଦିର ମମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପିତୃରୁରୁଷଙ୍କୁ ଦେଖାଇ ବିଦାୟ ଦିଆଯାଇଥାଏ । ପିତୃପୁରୁଷଙ୍କ ଶ୍ରାଦ୍ଧ ବଡବଡୁଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼଼ ବଢିବ ଯେଉଁଥି ପାଇଁ ପୋଲିସ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯିବା ନେଇ ଖବର ରହିଛି ।












Click it and Unblock the Notifications