ପାତ୍ରପଡ଼ା ହିଟ୍ ଆଣ୍ତ୍ ରନ୍ ଘଟଣା, ପୁରୀରୁ ଗିରଫ ହେଲେ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ଥାର୍ ମାଲିକ
ବନ୍ଧା ହେଲେ କିଲର୍ ଥାର୍ ମାଲିକ । ଭୁବନେଶ୍ବର ପାତ୍ରପଡାରେ ଥାର୍ ଗାଡ଼ି ଦୁର୍ଘଟଣାରେ ମାଆ, ଝିଅଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଫେରାର ହୋଇଯାଇଥିଲେ ଡ୍ରାଇଭର । ଆଜି ପୁରୀରୁ ସୋମନାଥ ବେହେରାକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଏହି ଘଟଣାରେ ପୂର୍ବରୁ ୫ଜଣଙ୍କୁ ଗିରଫ କରାଯାଇଥିଲା ।

କୁହାଯାଉଛି, ୨୨ ବର୍ଷୀୟ ଅଙ୍କିତ ରାକ୍ଷୀ ପୂର୍ଣ୍ଣିମା ରାତିରେ ସ୍କର୍ପିଓ ଚଳାଉଥିଲେ ଏବଂ ଥାର୍ ଗାଡ଼ି ସହ ରେସିଂ କରୁଥିଲେ । ଆଉ ସେହି ରେସିଂ ବେଳେ ପାତ୍ରପଡ଼ା ଠାରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ଯେଉଁ ଦୁର୍ଘଟଣାରେ ମାନସ ରାଉଳଙ୍କ ପତ୍ନୀ ଓ ତାଙ୍କ ୮ ବର୍ଷିୟା କୁନି ଝିଅର ଜୀବନ ଯାଇଥିଲା । ଏହାକୁ ନେଇ ୨ ଦିନ ଧରି ରାସ୍ତାରୋକ କରିଥିଲେ ସଂପର୍କୀୟ ଏବଂ ସ୍ଥାନୀୟ ବାସିନ୍ଦା। କିନ୍ତୁ ଏଯାଏଁ ଦୁର୍ଘଟଣା ଘଟାଇଥିବା କିଲର୍ ଥାର୍ କିଏ ଚଳାଉଥିଲା, ତାହା ସ୍ପଷ୍ଟ ହୋଇନି କି ଚାଳକ ବି ଧରାପଡ଼ିନି। ଥାର୍ କୁ ଜଟଣୀ ଥାନା ଅଞ୍ଚଳରୁ ଜବତ କରି ଆଣିଥିଲା ଖଣ୍ଡଗିରି ପୋଲିସ।












Click it and Unblock the Notifications