ପାଟପୁର ଥାନା ଦେଶର ଶ୍ରେଷ୍ଠ ଥାନା, ପୁରସ୍କୃତ କରିବ ଗୃହ ମନ୍ତ୍ରାଳୟ
ଛତ୍ରପୁର : ରାଜ୍ୟ ପାଇଁ ଗୌରବ ଆଣିଲା ଗଞ୍ଜାମ ଜିଲ୍ଲାର ପାଟପୁର ଥାନା । ୨୦୨୪ ମସିହାରେ ଦେଶର ଶ୍ରେଷ୍ଠ ତିନୋଟି ଥାନା ଚୟନ କରାଯାଇଥିବା ବେଳେ ପାଟପୁର ଥାନା ଦେଶରେ ଏକ ନମ୍ବର ସ୍ଥାନ ପାଇଛି ।ପାଟପୁର ଥାନାକୁ ଦେଶର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରିବ ଗୃହ ମନ୍ତ୍ରାଳୟ। ସେପ୍େଟମ୍ବର ୨୮ରେ ଗୃହ ମନ୍ତ୍ରଣାଳୟର ସତନ୍ତ୍ର ଟିମ୍ ପାଟପୁର ଏବଂ ଧରାକୋଟ ଥାନା ପରିଦର୍ଶନ କରି ଜନସାଧାରଣଙ୍କ ମତାମତ ନେଇ ରିପୋର୍ଟ ସଂଗ୍ରହ କରି ଫେରିଥିଲା।

ଥାନା ଅଧିକାରୀ ମାନଙ୍କ କର୍ତ୍ତବ୍ୟନିଷ୍ଠା,ସ୍ୱଚ୍ଛତା, ସେବା ମନୋଭାବ, ନିର୍ଦ୍ଧାରିତ ସମୟରେ କୋର୍ଟରେ ବିଭିନ୍ନ ମାମଲାର ଚାର୍ଜସିଟ ଦାଖଲ, ଥାନାକୁ ଆସୁଥିବା ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର, ଆଇନଶୃଙ୍ଖଳା ରକ୍ଷା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ପୋଲିସର ସହଭାଗିତା ସମ୍ପର୍କରେ ଅନୁଧ୍ୟାନ କରି ଟିମ୍ ଫେରିଥିଲା। ଏସବୁକୁ ସାମଗ୍ରିକ ଭାବେ ସମୀକ୍ଷା କରିିବା ପରେ ପାଟପୁର ଥାନାକୁ ଶ୍ରେଷ୍ଠ ଥାନାର ମାନ୍ୟତା ମିଳିିଛି।












Click it and Unblock the Notifications