ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ADJ କୋର୍ଟରେ ପୁଞ୍ଜିଲାଲ ମେହେର ହାଜର

ADJ କୋର୍ଟରେ ପୁଞ୍ଜିଲାଲ ମେହେର ହାଜର । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ । ଏଡିଜେ କୋର୍ଟରେ ପୁଞ୍ଜିଲାଲଙ୍କ ହେବ ବୟାନ ରେକର୍ଡ ।

ବଲାଙ୍ଗୀର ଜିଲାର ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଆଉ କିଛି ଦିନ ପରେ ରାୟ ପ୍ରକାଶ ପାଇବ। ଗୁରୁବାର ଆଉ କିଛି ସମୟ ପରେ ବୟାନ ରେକର୍ଡ ପାଇଁ ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇଛନ୍ତି ଅଭିଯୁକ୍ତ ପୁଞ୍ଜିଲାଲ ମେହେର।

ଏହି ଘଟଣାରେ ୬୩ ଜଣଙ୍କ ବୟାନ ରେକର୍ଡ ହୋଇ ସାରିଥିବା ବେଲେ ଆଜି ଅଭିଯୁକ୍ତ ପୁଞ୍ଜିଲାଲଙ୍କ କୋର୍ଟରେ ବୟାନ ରେକର୍ଡ କରାଯିବ। ବୟାନ ରେକର୍ଡ ପରେ ବିଚାପତି ଏହି ଘଟଣାର ରାୟ ପ୍ରକାଶ କରିବେ। ପୁଞ୍ଜିଲାଲଙ୍କୁ ବଲାଙ୍ଗୀର କାରାଗାରରୁ ପାଟଣାଗଡ଼ କୋର୍ଟକୁ ଅଣାଯାଇଛି। ବିଚାରପତିଙ୍କ ଆଗରେ ହାଜର ହେବେ।

Patnagarh Parcel Bombing Case

ସୂଚନାଯୋଗ୍ୟ, ୨୦୧୮ ଫେବୃଆରୀ ୨୩ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ସମଗ୍ର ଦେଶକୁ ଚହଲାଇ ଦେଇଥିଲା। ପାଟଣାଗଡ଼ ଜବାହରଲାଲ କଲେଜର ତତ୍କାଳୀନ ଅଧ୍ୟାପକ ରବୀନ୍ଦ୍ର ସାହୁ ଏବଂ ଭଇଁଷା କଲେଜର ତତ୍କାଳୀନ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଏକମାତ୍ର ପୁତ୍ର ସୌମ୍ୟଶେଖର ସାହୁଙ୍କ ବିବାହ ଉପହାର ଭାବେ ଆସିଥିବା ଏକ ପାର୍ସଲକୁ ଖୋଲିବାବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେମା' ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଶେଖରଙ୍କ ନବବିବାହିତା ସ୍ତ୍ରୀ ରିମାରାଣୀ ଗୁରୁତର ହୋଇଥିଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଭଇଁଷା କଲେଜର ଇଂରାଜୀ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ମୁଖ୍ୟ ଏବଂ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା। ଅଭିଯୁକ୍ତ ପୁଞ୍ଜିଲାଲ ବଲାଙ୍ଗୀର ଜିଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ଏବେ ରହିଆସୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+