ପାଟଣାଗଡ଼ ପାର୍ସଲ ବୋମା ଘଟଣା; ସାକ୍ଷୀ ଦେଲେ ମୃତ ସୌମ୍ୟଶେଖରଙ୍କ ସ୍ତ୍ରୀ ରୀମାରାଣୀ
ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ କୋର୍ଟରେ ସାକ୍ଷ୍ୟ ଗ୍ରହଣ । କୋର୍ଟରେ ହାଜର ହେଇ ସାକ୍ଷୀ ଦେଲେ ମୃତ ସୌମ୍ୟଶେଖରଙ୍କ ସ୍ତ୍ରୀ ରୀମାରାଣୀ ।
୨୦୧୮ ଫେବ୍ର୍ରୁୟାରୀ ୨୩ ତାରିଖରେ ପାଟଣାଗଡ଼ରେ ପାର୍ସଲ ବୋମା ଘଟଣା ଘଟିଥିଲା । ୨୬ ବର୍ଷୀୟ ଯୁବ ଇଞ୍ଜିନିୟର ସୌମ୍ୟଶେଖରଙ୍କ ବିବାହ ପରେ ପରେ ଉପହାର ଭାବେ ବୋମା ପଠାଇଥିଲା ଅଭିଯୁକ୍ତ ପୁଂଜିଲାଲ ମେହେର । ବୋମା ବିସ୍ଫୋରଣରେ ଗୁରୁତର ଭାବେ ଆହତ ହୋଇଥିଲେ ରୀମା ।
ସୌମ୍ୟଙ୍କ ମାଆଙ୍କ କଲେଜ୍ ଅଧ୍ୟକ୍ଷ ପଦକୁ ନେଇ ଥିବା ଇର୍ଷା ଘଟାଇଥିଲା ପୁରା ଘଟଣା । ଯେଉଁଥିରେ ସୌମ୍ୟଶେଖର ଏବଂ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ରୀମା । ଘଟଣାରେ ଗିରଫ ହୋଇ ଜେଲରେ ଅଛି ଅଭିଯୁକ୍ତ ପୁଜିଂଲାଲ ମେହେର ।
ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ କୋର୍ଟରେ ସାକ୍ଷ୍ୟ ଗ୍ରହଣ ହୋଇଛି । ମୃତ ସୌମ୍ୟଶେଖରଙ୍କ ସ୍ତ୍ରୀ ରୀମାରାଣୀ କୋର୍ଟରେ ହାଜର ହୋଇଛନ୍ତି । ଏହି ମାମଲାରେ ୫୧ ନମ୍ବର ସାକ୍ଷୀ ହେଉଛନ୍ତି ରୀମା ।

ସୂଚନାଯୋଗ୍ୟ, ଅଧ୍ୟାପକରୁ ଅପରାଧୀ ହୋଇଥିଲେ ପୁଞ୍ଜିଲାଲ। ସେ ପଠାଇଥିବା ପାର୍ସଲ ବୋମା ବସ୍ଫୋରଣରେ ପାଟଣାଗଡ଼ ଭୋଳାନାଥ ପଡାର ଇଞ୍ଜିନିୟର ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା। ଆଉ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ସୌମ୍ୟଙ୍କ ପତ୍ନୀ। ଏହି ମାମଲାରେ ପୁଞ୍ଜିଲାଲ୍ ଗିରଫ ହୋଇ ୨୦୧୮ ମସିହାରୁ ଜେଲ ଭିତରେ ଅଛନ୍ତି।












Click it and Unblock the Notifications