ପାଟଣାଗଡ଼ 'ପାର୍ସଲ୍ ବୋମା' ଶୁଣାଣି; ପୁଞ୍ଜିଲାଲ ମେହେରକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ; ଆଜୀବନ କାରାଦଣ୍ଡ ସହ 50 ହଜାର ଜରିମାନା
ବହୁଚର୍ଚ୍ଚିତ ପାଟଣାଗଡ଼ 'ପାର୍ସଲ୍ ବୋମା' ଶୁଣାଣି । ପୁଞ୍ଜିଲାଲ ମେହେରକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ।
ଘଟଣାର ପୃଷ୍ଠଭୂମି
୨୦୧୮ ଫେବ୍ରୁଆରି ୨୩ ତାରିଖ ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣା ସାରା ଦେଶରେ ଚର୍ଚ୍ଚିତ ରହିଥିଲା। ଏହି ଘଟଣାରେ ସୌମ୍ୟଶେଖର ଏବଂ ତାଙ୍କ ଆଈ ଜେନାମଣିଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ମା' ସଂଯୁକ୍ତା ସାହୁଙ୍କ ସହ ଚାକିରିରେ ପଦୋନ୍ନତିକୁ ନେଇ ଥିବା ବିବାଦ କାରଣରୁ ପୁଞ୍ଜିଲାଲ୍ ମେହେର ଏହି କାଣ୍ଡ ଭିଆଇଥିବା କୁହାଯାଉଛି। ଅଭିଯୋଗ ଅନୁସାରେ, ଅତି ଚତୁରତା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ସହ ପୁଞ୍ଜିଲାଲ ଏହି ବୋମା ଫୁଟାଇବାରେ ସଫଳ ହୋଇଥିଲା। ମାମଲାର ଖୋଳତାଡ଼ କରି ପୁଲିସ ବି ଝାଳନାଳ ହୋଇଥିଲା। ୟୁଟ୍ୟୁବ୍ରୁ ପାର୍ସଲ ବୋମା ତିଆରି କରିବାର କୌଶଳ, ତାକୁ ଠିକଣା ସ୍ଥାନକୁ ପଠାଇବା ଏବଂ ବୋମା ସଫଳ ଭାବେ ବିସ୍ଫୋରଣ ହେବା ଏସବୁ ଘଟଣାବଳୀ ସମସ୍ତଙ୍କୁ ତାଜୁବ୍ କରି ଦେଇଥିଲା। ମୋଟାମୋଟି ଭାବେ ବୃତ୍ତିଗତ ଶତ୍ରୁତା କାରଣରୁ ହିଁ ଏହି ଜଘନ୍ୟ କାଣ୍ଡ ପୁଞ୍ଜିଲାଲ ଭିଆଇଥିବା କୁହାଯାଉଛି।

୨୦୧୮ ବ୍ରୁଆରି ୨୩ ତାରିଖ ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣା ସାରା ଦେଶରେ ଚର୍ଚ୍ଚିତ ରହିଥିଲା। ଏହି ଘଟଣାରେ ସୌମ୍ୟଶେଖର ଏବଂ ତାଙ୍କ ଆଈ ଜେନାମଣିଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ମା' ସଂଯୁକ୍ତା ସାହୁଙ୍କ ସହ ଚାକିରିରେ ପଦୋନ୍ନତିକୁ ନେଇ ଥିବା ବିବାଦ କାରଣରୁ ପୁଞ୍ଜିଲାଲ୍ ମେହେର ଏହି କାଣ୍ଡ ଭିଆଇଥିବା କୁହାଯାଉଛି। ଅଭିଯୋଗ ଅନୁସାରେ, ଅତି ଚତୁରତା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ସହ ପୁଞ୍ଜିଲାଲ ଏହି ବୋମା ଫୁଟାଇବାରେ ସଫଳ ହୋଇଥିଲା। ମାମଲାର ଖୋଳତାଡ଼ କରି ପୁଲିସ ବି ଝାଳନାଳ ହୋଇଥିଲା। ୟୁଟ୍ୟୁବ୍ରୁ ପାର୍ସଲ ବୋମା ତିଆରି କରିବାର କୌଶଳ, ତାକୁ ଠିକଣା ସ୍ଥାନକୁ ପଠାଇବା ଏବଂ ବୋମା ସଫଳ ଭାବେ ବିସ୍ଫୋରଣ ହେବା ଏସବୁ ଘଟଣାବଳୀ ସମସ୍ତଙ୍କୁ ତାଜୁବ୍ କରି ଦେଇଥିଲା। ମୋଟାମୋଟି ଭାବେ ବୃତ୍ତିଗତ ଶତ୍ରୁତା କାରଣରୁ ହିଁ ଏହି ଜଘନ୍ୟ କାଣ୍ଡ ପୁଞ୍ଜିଲାଲ ଭିଆଇଥିବା କୁହାଯାଉଛି।
୭ ବର୍ଷ ପରେ ଫଇସଲା
୭ ବର୍ଷର ତଦନ୍ତ ଏବଂ ଆଇନଗତ କସରତ ପରେ ପାର୍ସଲ ବୋମା ବିସ୍ଫୋରଣର ରାୟ ପ୍ରକାଶ ପାଇବ। ଏହି ଅବଧି ମଧ୍ୟରେ ୬୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। କ୍ରାଇମ୍ବ୍ରାଞ୍ଚ ୨ ହଜାର ଫର୍ଦ୍ଦର ଚାର୍ଜସିଟ୍ ଦାଖଲ କରିଛି। ତତ୍କାଳୀନ କ୍ରାଇମ୍ବ୍ରାଞ୍ଜ ଏଡିଜି ଅରୁଣ ବୋଥ୍ରା ତଦନ୍ତରେ ସଂପୃକ୍ତ ଥିଲେ। ଏପରିକି ତାଙ୍କ ସାକ୍ଷ୍ୟ ବହୁ ଗୁରୁତ୍ବବହନ କରୁଥିବା କୁହାଯାଉଛି। ଏହି ବିସ୍ଫୋରଣ ପରେ ମାସେ କାଳ ବଲାଙ୍ଗୀର ପୁଲିସ ମାମଲାର ତଦନ୍ତ ଚଳାଇଥିଲା। ପରେ କ୍ରାଇମବ୍ରାଞ୍ଚ ହାତକୁ ମାମଲା ଯାଇଥିଲା। ମାମଲାର ଖୋଳତାଡ଼ର ମାସେ ପରେ କ୍ରାଇମ୍ବ୍ରାଞ୍ଚ ପୁଞ୍ଜିଲାଲକୁ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା।












Click it and Unblock the Notifications