ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ହସ୍ପିଟାଲରେ ଭର୍ତ୍ତି ହେଲା ପୁଞ୍ଜିଲାଲ ମେହେର

ଡାକ୍ତରଖାନାରେ ଭର୍ତ୍ତି ହେଲା ପାଟଣାଗଡ଼ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଗତ ୨୧ତାରିଖରୁ ଅନଶନରେ ରହିଥିବା କାରଣରୁ ଗତ ଶୁକ୍ରବାର ରାତିରେ ଅସୁସ୍ଥ ହୋଇପଡିବାରୁ ତାକୁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ପୁରୁଷ ମେଡ଼ିସିନ ୱାର୍ଡରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ପୁଞ୍ଜିଲାଲ ଆଗରୁ କାମ କରୁଥିବା ଭଇଁଷା କଲେଜର ବିଭିନ୍ନ କାଗଜପତ୍ର ମାଗିଥିଲା । ହେଲେ ତାହା ମିଳୁନଥିବାରୁ ସେ ଅସନ୍ତୋଷ ପ୍ରକାଶ କରି ଗତ ୨୧ତାରିଖରୁ ଅନଶନରେ ବସିଥିଲା । ଏପରିକି ସେ କ୍ରମାଗତ ଖାଇବା ପିଇବା ଛାଡ଼ି ଧାରଣା ଦେଇଥିବାରୁ ଗୁରୁତର ହୋଇପଡିଥିଲା । ତେଣୁ କଡ଼ା ସୁରକ୍ଷାବଳୟ ଭିତରେ ତାକୁ ହସ୍ପିଟାଲ ନିଆଯାଇଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ବାହାଘର ଭୋଜିରେ ମିଳିଥିବା ଉପହାର ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେ ମା'ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୌମ୍ୟଶେଖରଙ୍କ ମୃତ୍ୟ ସେଠାରେ ହୋଇଥିଲା। ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରକୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା I

ଏହାପରେ ବଲାଙ୍ଗିର ପୁଲିସ ଏବଂ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ଦୁଇଟି ଦଫାରେ ପ୍ରାୟ ୨ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା । ଆଉ ପ୍ରାୟ ୭ବର୍ଷର ନ୍ୟାୟିକ ପ୍ରକ୍ରିୟା ପରେ ଗତ ମେ ୨୯ତାରିଖରେ ଏହାର ଶୁଣାଣି ହୋଇଥିଲା । ପୁଞ୍ଜିଲାଲକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ବିଭିନ୍ନ ଦଫାରେ ୧ଲକ୍ଷ ୪୦ହଜାର ଟଙ୍କାର ଆର୍ଥିକ ଜରିମାନା ପାଇଁ ଆଦେଶ ଦିଆଯାଇଥିଲା । ବଲାଙ୍ଗିର ଜିଲ୍ଲା କାରାଗାରରେ କଏଦୀ ଭାବେ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+