ସାମ୍ବାଦିକ ହେବେ ପାଟଣାଗଡ଼ ପାର୍ସଲ ବୋମା ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର
ସାମ୍ବାଦିକ ହେବେ ପୁଞ୍ଜିଲାଲ ମେହେର । ଜେଲରେ ସାମ୍ବାଦିକତା ପାଠ ପଢ଼ୁଛନ୍ତି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେର ।

ବଲାଙ୍ଗୀର: ସାମ୍ବାଦିକ ହେବେ ପୁଞ୍ଜିଲାଲ ମେହେର । ଜେଲରେ ସାମ୍ବାଦିକତା ପାଠ ପଢ଼ୁଛନ୍ତି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେର । ଶନିବାର ପୁଞ୍ଜିଲାଲ ବଲାଙ୍ଗୀର ଜେଲରେ ଏମ୍ଜେଏମ୍ସି କୋର୍ସର ପ୍ରଥମ ସେମିଷ୍ଟର ପରୀକ୍ଷା ଦେଇଛନ୍ତି।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ନାଁ ଲେଖାଇ ସ୍ନାତକୋତ୍ତର ପାଠ ପଢୁଛନ୍ତି ପୁଞ୍ଜିଲାଲ। ଆଉ ଏବେ ତାଙ୍କ ପାଇଁ ଜିଲ୍ଲା କାରାଗାରରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଅଧିକାରୀ ଓ କର୍ମଚାରୀମାନେ ଜେଲ ଭିତରକୁ ଯାଇ ପରୀକ୍ଷା ତଦାରଖ କରିଥିଲେ। ଏହା ଥିଲା ପୁଞ୍ଜିଲାଲଙ୍କ ପ୍ରଥମ ସେମିଷ୍ଟାର ପରୀକ୍ଷା। ଏହାପରେ ସେ ଆଉ ୩ ଟି ସେମିଷ୍ଟାର ପରୀକ୍ଷା ଦେବେ, ଆଉ ଦୁଇ ବର୍ଷ ପରେ ସାମ୍ବାକିତା କୋର୍ସରେ ଉତୀର୍ଣ୍ଣ ହେବେ।
ସୂଚନାଯୋଗ୍ୟ ଅଧ୍ୟାପକରୁ ଅପରାଧୀ ହୋଇଥିଲେ ପୁଞ୍ଜିଲାଲ। ସେ ପଠାଇଥିବା ପାର୍ସଲ ବୋମା ବସ୍ଫୋରଣରେ ପାଟଣାଗଡ଼ ଭୋଳାନାଥ ପଡାର ଇଞ୍ଜିନିୟର ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା। ଆଉ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ସୌମ୍ୟଙ୍କ ପତ୍ନୀ। ଏହି ମାମଲାରେ ପୁଞ୍ଜିଲାଲ୍ ଗିରଫ ହୋଇ ୨୦୧୮ ମସିହାରୁ ଜେଲ ଭିତରେ ଅଛନ୍ତି।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ










Click it and Unblock the Notifications