ଶ୍ରୀମନ୍ଦିରରେ ଆଜିଠୁ ପୂଜା ପାଇବେ ପଟିଦିଅଁ

15 ଦିନ ଧରି ଅଣସର ଘରେ ରହିବେ ଚତୁର୍ଦ୍ଧାମୂର୍ତ୍ତି । ତେବେ ଏହି 15 ଦିନ ଯାଏୱ ଗର୍ଭ ଗୃହରେ ପୂଜା ପାଇବେ ପଟିଦିଅଁ ।

ପୁରୀ: ଅଣସର ଘରେ ମହାପ୍ରଭୁ । 15 ଦିନ ଧରି ଅଣସର ଘରେ ରହିବେ ଚତୁର୍ଦ୍ଧାମୂର୍ତ୍ତି । ତେବେ ଏହି 15 ଦିନ ଯାଏୱ ଗର୍ଭ ଗୃହରେ ପୂଜା ପାଇବେ ପଟିଦିଅଁ । ଦଇତାପତି ଓ ସେବକମାନଙ୍କ ଦ୍ବାରା ଆରମ୍ଭ ହୋଇଛି ଗୁପ୍ତନୀତି ।

 debasnana purnima

ପ୍ରଭୂ ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଭୁବନେଶ୍ବରୀ ଓ ଶ୍ରୀଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇଥାନ୍ତି । ତେବେ ଦାରୁ ଦେବତାମାନେ ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି ପଟ୍ଟଚିତ୍ର ଗୁଡ଼ିକ ସେହି ଆକୃତିର ନୁହେଁ । କାଷ୍ଠ ନିର୍ମିତ ସୁଦୃଶ୍ୟ ଆସନରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ରରେ ସମସ୍ତ ଦିଅଁ ହାତ ଓ ଦୁଇପଦ ବିଶିଷ୍ଟ ହୋଇ ପଦ୍ମାସନରେ ବସିଥାଆନ୍ତି । ବଳଭଦ୍ରଙ୍କ କଳେବର ଶ୍ବେତବର୍ଣ୍ଣରେ ଚିତ୍ରିତ ହେଇଥାଏ ।

ତେବେ ପୂର୍ବ ନିର୍ଦ୍ଧାରିତ ନୀତି ଅନୁଯାୟୀ ଗୁରୁବାର ରାତି ୮ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଶେଷ ପରେ ସାଢ଼େ ୮ଟାରେ ସୁନା ଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଥିଲା । ପରେ ରାତି ୯ଟାରୁ ତାଟିବନ୍ଧା ଆରମ୍ଭ ହୋଇଥିଲା। ରାତି ୧୨ଟା ସୁଦ୍ଧା ତାଟିବନ୍ଧା ଶେଷ ପରେ ଦଶାବତାର ଶ୍ରୀମନ୍ଦିରକୁ ବିଜେ କରିଥିଲେ।

ଅଣସରର ଗୁପ୍ତ ନୀତି ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବା ସହ ରଥଯାତ୍ରାରେ ବାହାରକୁ ବାହାରିବେ। ଏହି ୧୫ ଦିନ ପଟିଦିଅଁମାନେ ଶ୍ରୀମନ୍ଦିର ଅଣସର ତାଟି ନିକଟରେ ପୂଜା ପାଇବେ। ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କଠାରେ ଛପନ ପଉଟି ଭୋଗ ଲାଗି ହେବ। ଏହି ସମୟରେ ମହାପ୍ରଭୁଙ୍କଠାରେ ଫଳ ଆଦି ଲାଗି ହେବ। ଘନ ଅନ୍ଧକାର ଭିତରେ ଏହି ଭୋଗ ଲାଗି ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+