ଆଡଭୋକେଟ ଜେନେରାଲ ଭାବରେ ଦାୟିତ୍ଵ ଗ୍ରହଣ କଲେ ପିତାମ୍ବର ଆଚାର୍ଯ୍ୟ
ଦାୟିତ୍ଵ ଗ୍ରହଣ କଲେ ପିତାମ୍ବର ଆଚାର୍ଯ୍ୟ। ନୂଆ ଏଜି ଭାବେ ଦାୟିତ୍ୱ ନେଲେ ପୀତାମ୍ବର ଆଚାର୍ଯ୍ୟ। ସୋମବାର ହାଇକୋର୍ଟ ସ୍ଥିତ କାର୍ଯ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଗତ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦେଇଥିଲେ। ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା।
ସୂଚନାଥାଉ କି, ମୋହନ ସରକାରକୁ ମାସେ ବିତିବା ପରେ ମଧ୍ୟ ଏଜି ପଦବୀ ଖାଲି ପଡିଥିଲା ଯାହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ହେବା ସହ ବିରୋଧୀ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ତେବେ ଆଜି ସରକାର ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ଏଜି ଭାବେ ନିଯୁକ୍ତି କରିଛନ୍ତି। ନିର୍ବାଚନ ପୂର୍ବରୁ ପୀତାମ୍ବର ଦଳ ପାଇଁ ଅନେକ ପ୍ରସଙ୍ଗରେ ଆଇନଗତ ଲଢେଇ ଲଢି ବଳ ଯୋଗାଇଛନ୍ତି। ସେହିପରି ୨୦୧୯ରେ ଭାଜପା ଟିକେଟରେ ହିଞ୍ଜିଳିରୁ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିଛନ୍ତି।
ଏହି ସାମ୍ବିଧାନିକ ପଦ ସରକାରଙ୍କ ଅନୁମୋଦନକ୍ରମେ ରାଜ୍ୟପାଳ ନିଯୁକ୍ତି ଦେଇଥାନ୍ତି। ବରିଷ୍ଠ ଆଇନଜୀବୀଙ୍କ ମତ ହେଲା ଆଡଭୋକେଟ ଜେନେରାଲ ହେଉଛନ୍ତି ସରକାରଙ୍କ ପ୍ରଥମ ପରାମର୍ଶଦାତା। ବିଧାନସଭାରେ ସାମ୍ବିଧାନିକ ସଂକଟ ଦେଖାଦେଲେ ସେ ମଧ୍ୟ ଅଂଶ ଗ୍ରହଣ କରିପାରିବେ। ତେବେ ଯିଏ ସରକାରଙ୍କ ଅନୁଗତ ସହିତ ଅନୁଭବୀ ଓ ପାରଦର୍ଶୀ ସଂପନ୍ନ ହୋଇଥା'ନ୍ତି ସେହି ଆଇନଜୀବୀଙ୍କୁ ନିଯୁକ୍ତି ଦେଇଥାନ୍ତି ସରକାର।












Click it and Unblock the Notifications