ଡିସେମ୍ବର ୨୪ରୁ ପଥ ଉତ୍ସବ
ଭୁବନେଶ୍ୱର : ଡିସେମ୍ବର ୨୪ରୁ ଆରମ୍ଭ ହେବ ପଥ ଉତ୍ସବ। ଦୁଲୁକିବ ରାଜଧାନୀ ଭୁବନେଶ୍ଵର , ଝୁମିବେ ଜନତା । ପ୍ରତ୍ୟେକ ବର୍ଷ ଏହି ଦିନକୁ ଅନାଇ ବସିଥାନ୍ତି ଭୁବନେଶ୍ୱର ବାସୀ । ସକାଳ ୬.୩୦ଟାରୁ ୯.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ମାଷ୍ଟର କ୍ୟାଟିନ ଛକରୁ ରାମ ମନ୍ଦିର ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାଷ୍ଟରକ୍ୟାଣ୍ଟିନ ଠାରେ ମୁଖ୍ୟମଂଚ ରହିବ ଏବଂ ରାମମନ୍ଦିର ନିକଟରେ ଦ୍ଵିତୀୟ ମଂଚ ନିର୍ମାଣ ହେବାକୁ ବୈଠକରେ ନିଷ୍ପତି ହୋଇଛି ।ଚଳିତ ବର୍ଷ ୩ଗୋଟି ଜୋନ୍ରେ ଏହି ପଥ ଉତ୍ସବ ଅନୁଷ୍ଠିତ ହେବ ।

ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡ଼ୁ, କୁଇଜ୍ କମ୍ପିଟେସନ, ରଙ୍ଗୋଲୀ, ମ୍ୟାଜିକ୍ ସୋ, କ୍ଲେ ଆର୍ଟଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଳାକାର, ଏସ୍ଏଚ୍କି ଏଥିରେ ଅଂଶ ଗ୍ରହଣ କରିବେ । ଆସନ୍ତା ୨୪ ତାରିଖ ରବିବାର ଅର୍ଥାତ୍ ବଡଦିନ ପୂର୍ବରୁ ଚଳିତ ବର୍ଷର ପ୍ରଥମ ପଥ ଉତ୍ସବ ଅନୁଷ୍ଠିତ ହେବ । ଏହି ପଥୋତ୍ସବକୁ ସୂଚାରରୂପେ ପରିଚାଳନା କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଦକ୍ଷିଣ-ପଶ୍ଚିମ ଜୋନରେ ପଥଉତ୍ସବ ଅନୁଷ୍ଠିତ ହେବ । ଏବଂ ଜାନୁଆରୀ ୭ ଏବଂ ୨୧ ତାରିଖରେ ଅନ୍ୟ ଦୁଇଟି ଜୋନ୍ରେ ଅନୁଷ୍ଠିତ ହେବ ।












Click it and Unblock the Notifications