କାଲି ସକାଳ ସୁଦ୍ଧା ଲଘୁଚାପ: ତା’ ପରେ ସ୍ପଷ୍ଟ ହେବ ବାତ୍ୟାର ଗତିପଥ
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇସାରିଛି ଘୂର୍ଣ୍ଣିବଳୟ । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।
ତେବେ ରବିବାର ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହା ୯ ତାରିଖ ଅଧିକ ଘନିଭୂତ ହୋଇ ଘୂର୍ଣ୍ଣିଝଡ଼ର ରୂପ ନେଇପାରେ । ପରେ ଏହା ସାମୁଦ୍ରିକ ଝଡର ରୂପ ନେଇପାରେ ।

ତେବେ ଏହାର ଗତିପଥ କ'ଣ ହେବ ? ଲଘୁଚାପ ହେଲା ପରେ ପୂରା ଚିତ୍ର ସ୍ପଷ୍ଟ ହେବ ବୋଲି ଜଣାପଡିବ ବୋଲି କହିଛି ପାଣିପାଗ ବିଭାଗ ।
ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳକୁ ସମ୍ଭାବ୍ୟ ବାତ୍ୟା ଗତି କରିବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ତେବେ ୮ ତାରିଖ ପରେ ବାତ୍ୟାର ତୀବ୍ରତା ଓ ଗତିପଥ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳି ପାରିବ ବୋଲି କହିଛି ପାଣିପାଗ ବିଭାଗ । ଏହାର ପ୍ରଭାବ ଓଡ଼ିଶା ରହିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସେପଟେ ୱିଣ୍ଡି ଡଟ୍ କମ୍ ପ୍ରଦର୍ଶିତ କରିଥିବା ଜିଏଫଏସ ମଡେଲର ଚିତ୍ର ଅନୁସାରେ ୯ ତାରିଖରୁ ୧୨ ତାରିଖ ମଧ୍ୟରେ ସମୁଦ୍ରରେ ବାତ୍ୟା ସୃଷ୍ଟି ହେବ । ୧୦ ଓ ୧୧ ତାରିଖରେ ଉପକୂଳ ଆଡ଼କୁ ଗତି କରିପାରେ ବାତ୍ୟା । ଯଦିଓ ମଡେଲର ଆକଳନ ବାରମ୍ବାର ବଦଳିଥାଏ, କିନ୍ତୁ ବର୍ତମାନର ଚିତ୍ର ଦର୍ଶାଉଛି ମିଆଁମାର ମୁହାଁ ହୋଇପାରେ ଏହି ସମ୍ଭାବ୍ୟ ବାତ୍ୟା । କିନ୍ତୁ ଆଇଏମଡି ବାତ୍ୟା ହେବ ବୋଲି ସ୍ପଷ୍ଟ କରିନାହିଁ । ଏହାପରେ ବି ମେ' ମାସରେ ବାତ୍ୟା ବାରମ୍ବାର ଆସୁଥିବାରୁ ଓଡ଼ିଶାବାସୀଙ୍କ ମନରେ ଛନକା ପଶିଛି ।
ସେପଟେ ସମ୍ଭାବ୍ୟ ବାତ୍ୟା 'ମୋଖା'କୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ବଙ୍ଗୋପ ସାଗରକୁ ନ ଯିବା ସତର୍କ କରି ଦିଆଯାଇଛି । ଏହାର ପ୍ରଭାବରେ ୭ ତାରିଖ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ପବନର ବେଗ ଆସ୍ତେ ଆସ୍ତେ ବୃଦ୍ଧି ପାଇ ମେ' ୧୧ ତାରିଖ ବେଳକୁ ଘଣ୍ଟାପ୍ରତି ବେଗ ୮୦ କିମି ହୋଇପାରେ । ଏଥସହିତ ଆଣ୍ଡାମାନ ଓ ନିକୋବର ଆଇଲାଣ୍ଡ, କେରଳ, ମାହେରେ ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ରହିଛି ।












Click it and Unblock the Notifications