କରୋନା କାଳରେ ବିଲରେ କୋଦାଳ ଧରି ଚାଷ କରୁଛନ୍ତି ପଟାଙ୍ଗୀ ବିଧାୟକ
ଲକଡାଉନ ସମୟରେ ଘରେ ବସି ନ ରହି ନିଜ ବିଲରେ ଚାଷ କାମରେ ଲାଗି ପଡିଛନ୍ତି ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ । କୋରାପୁଟ ଜିଲ୍ଲା ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ସାଜିଛନ୍ତି ଚାଷୀ ।
ଜୟପୁର: କୋଭିଡ ବିରୁଦ୍ଧରେ ମୁକାବିଲା ପାଇଁ ସାରା ରାଜ୍ୟରେ ଏବେ ଲାଗିଛି ଲକଡାଉନ । ତେବେ ଲକଡାଉନ ସମୟରେ ବାଣିଜ୍ୟ ବ୍ୟବସାୟ ବନ୍ଦ ରହିଥିବାବେଳେ ଅନେକ ଲୋକ ବେରୋଜଗାର ହୋଇ ଘରେ ବସି ରହିଛନ୍ତି । ଏହା ମଧ୍ୟରେ କୋରାପୁଟ ଜୟପୁରରୁ ଆସିଛି ଏକ ବିରଳ ଚିତ୍ର । ଲକଡାଉନ ସମୟରେ ଘରେ ବସି ନ ରହି ନିଜ ବିଲରେ ଚାଷ କାମରେ ଲାଗି ପଡିଛନ୍ତି ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ସାଜିଛନ୍ତି ଚାଷୀ । ହାତରେ କୋଦାଳ ଧରି ନିଜ ଜମିରେ ଅଦା ଚାଷୀ କରୁଛନ୍ତି ପଟାଙ୍ଗୀ ବିଧାୟକ । ଏହାଦ୍ୱାରା ଶାରିରୀକ ପରିଶ୍ରମ ହେବା ସହ ସେ ସୁସ୍ଥ ରହୁଥିବା କହିଛନ୍ତି ।
ଗାଁରେ ଥିବା ଚାଷ ଜମିରେ ଅଦା ଚାଷ କରୁଛନ୍ତି ବିଧାୟକ । ସକାଳେ ଓ ଅପରାହ୍ଣରେ ଅନ୍ୟମାନଙ୍କ ସହ ମିଶି ଚାଷ କାର୍ଯ୍ୟ କରୁଛନ୍ତି । ଚାଷ ସହ ମୋବାଇଲ୍ ଫୋନ୍ ମାଧ୍ୟମରେ ଲୋକଙ୍କ ସମସ୍ୟା ଶୁଣୁଛନ୍ତି । ସମସ୍ୟାକୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ତାର ସମାଧାନ ବି କରୁଛନ୍ତି ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ।












Click it and Unblock the Notifications