ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ , ପୂଜାରେ ଗଡିବ ସ୍ଵତନ୍ତ୍ର ଟ୍ରେନ , ଜାଣନ୍ତୁ କେବେଠୁ
ପାର୍ବଣ ସମୟରେ ଯାତ୍ରୀସଂଖ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ପୂଜା ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ନଭେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ।

ଏହା ସହିତ ପୂର୍ବତଟ ରେଳବାଇ ତା'ର ପରିସୀମା ମଧ୍ୟରେ ଥିବା ପ୍ରମୁଖ ଷ୍ଟେସନଗୁଡ଼ିକରୁ ଦେଶର ବିଭିନ୍ନ ସ୍ଥାନକୁ ୨୭ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବ। ଏହା ବ୍ୟତୀତ ଅତିରିକ୍ତ ଭାବରେ ୧୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ପ୍ରାନ୍ତକୁ ଗତି କରିବା ସହିତ ପାଖାପାଖି ୧୧୩୪ ଟ୍ରିପ୍ ସ୍ୱତନ୍ତ୍ର ଟ୍ରେନ୍ ପୂଜା ସମୟରେ ଚାଲିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।












Click it and Unblock the Notifications