Get Updates
Get notified of breaking news, exclusive insights, and must-see stories!

ପୁରଣ ହେଲା ସ୍ୱପ୍ନ: ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିଲା ପାସେଞ୍ଜର ଟ୍ରେନ୍

ବାଲେଶ୍ୱର: ଆଜି ଗୋପିନାଥପୁର ନୀଳଗିରିରୁ ଷ୍ଟେସନରୁ ବାଲେଶ୍ୱରକୁ ଗଡ଼ିଲା ମେମୁ ଟ୍ରେନ୍ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ବ କରିଛନ୍ତି । ଲୋକାର୍ପଣ ପାଇଁ ନୂଆ ମେମୁ ଟ୍ରେନ ସହ ନିଳଗିରି ଷ୍ଟେସନକୁ ଫୁଲରେ ସଜାଯାଇଥିଲା । ୮ଟି ବଗି ବିଶିଷ୍ଟ ଏହି ଟ୍ରେନ୍ ରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବଗି ରହିଥିବା ବେଳେ ମୋଟ୍ ୧୬ କିଲୋମିଟର ପର୍ଯ୍ୟନ୍ତ ଏହି ଟ୍ରେନ ଚଳାଚଳ କରିବା ନେଇ ସୂଚନା ରହିଛି । ତେବେ ଗୋପିନାଥପୁର, ନିଳଗିରି ଏବଂ ବାଲେଶ୍ୱର ଲୋକଙ୍କ ପାଇଁ ଯାତାୟତା ପାଇଁ ସୁବିଧା ହେବ । ବାଲେଶ୍ୱର ଗୋପୀନାଥପୁର ନୀଳଗିରି ପାସେଞ୍ଜର ଲାଇନ ଲୋକାର୍ପିତ ହୋଇଯାଇଛି ।

ସେହିପରି ବେତନଟୀରେ ସବ୍ ୱେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରେଳମନ୍ତ୍ରୀ । ଲୋକଙ୍କ ସୁବିଧା ଓ ନିରାପତ୍ତା ପାଇଁ ଏହି ସବ୍-ୱେ ର ନିର୍ମାଣ କରାଯିବ ଯାହା ଦ୍ୱାରା ଲୋକ ମାନେ ଆଉ ଟ୍ରେନ୍ ଲାଇନ୍ ଅତିକ୍ରମ ନ କରି ସବ୍ ୱେ'ରେ ଯାହାୟତ କରିପାରିବେ । ସେହିପରି ବେତନଟୀରେ ପିଆରଏସ୍ ବୁକିଂ ଓ କାଉଣ୍ଟରର ଉଦଘାଟନ ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ଉପସ୍ଥିତ ଥିଲେ ।

Nilagiri

ଆଜି ଗୋପିନାଥପୁର ନୀଳଗିରିରୁ ଷ୍ଟେସନରୁ ମେମୁ ଟ୍ରେନର ଶୁଭାରମ୍ଭ କରିବା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ କ୍ଷୀରଚୋରା ଗୋପିନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ଦର୍ଶନ ପରେ କମିଟି ସହ ଆଲୋଚନା କରି ସୁବିଧା ଅସୁବିଧା ମଧ୍ୟ ପଚାରି ବୁଝିଥିଲେ । ଏହା ସହ ମନ୍ଦିର ଯାତ୍ରୀ ନିବାସ ପାଇଁ ୫୦ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+