ପୁରୀରେ ଟ୍ରେନ୍ ଲାଇନଚ୍ୟୁତ, ଅଘଟଣରୁ ଅଳ୍ପକେ ବର୍ତ୍ତିଲା

puri

ପୁରୀ:ପୁରୀ ଷ୍ଟେସନରେ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ । ପୁରୀ-ଗୁଣପୁର ଟ୍ରେନ୍ ଯାତ୍ରୀ ଓହ୍ଲାଇ ପଛକୁ ଫେରୁଥିବା ବେଳେ ଅଘଟଣ ଘଟିଛି । ସୂଚନା ଅନୁସାରେ, ଟ୍ରେନର ଶେଷ ବଗିଟି ଲାଇଚ୍ୟୁତ ହୋଇଥିଲା । ଟ୍ରେନରେ ଯାତ୍ରୀ ନଥିଲେ, ତେଣୁ ଦୁର୍ଘଟଣାରେ କିଛି କ୍ଷତି ହୋଇ ନାହିଁ । ଦୁର୍ଘଟଣାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ,ପୁରୀ-ଗୁଣପୁର ଟ୍ରେନ୍ ପଛକୁ ଫେରିବା ବେଳେ ପଛ ବଗିଟି ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣା ଘଟିବା ସମୟରେ କୌଣସି ଯାତ୍ରୀ ଟ୍ରେନରେ ନଥିଲେ । ତେଣୁ କେହି ମୃତାହତ ହୋଇ ନାହାଁନ୍ତି । ଖବର ପାଇଁ ଘଟଣା ସ୍ଥଳରେ ରେଳ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଲାଇନଚ୍ୟୁତ ବଗିଟି ରେଳ ଷ୍ଟେସନ୍ ନିକଟରେ ଅଟକି ରହିଛି । ବର୍ତ୍ତମାନ କେଉଁ କାରଣରୁ ଟ୍ରେନଟି ଦୁର୍ଘଟଣା ଗ୍ରସ୍ତ ହେଲା ଏନେଇ ଯାଞ୍ଚ୍ ଆରମ୍ଭ ହୋଇଛି । ଏନେଇ ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+