ଭାରସ୍ୟାମ ହରାଇ ଗଛରେ ପିଟି ହେଲା ଯାତ୍ରୀବାହି ବସ୍ , ୧୦ ଆହତ
ପୁଣି ବଡ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ । ଭାରସ୍ୟମ ହରାଇ ଗଛକୁ ପିଟି ହେଲା ବସ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ନୂଆଗାଁରେ ଦୁର୍ଘଟଣା । ବ୍ରିଜ଼ ନିକଟରେ ଭାର ସାମ୍ୟ ହରାଇ ଗଛରେ ପିଟି ହେଲେ ମିନି ବସ । ଭଞ୍ଜନଗରରୁ ବୁଗୁଡ଼ା ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ।

ବସରେ ୫୦ ରୁ ଅଧିକ ଯାତ୍ରୀ ଥିଲେ । କିଛି ମହିଳା ଓ କଲେଜ ଛାତ୍ରୀ ଆହତ ହୋଇଥିବା ଜଣାପଡିଛି । ୧୦ ରୁ ଉର୍ଦ୍ଦ ଯାତ୍ରୀ ଆହତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ସମସ୍ତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆଜି ଦିନ ପ୍ରାୟ ୧୧ଟା ସମୟରେ ଚିକମିକ ନାମକ ଯାତ୍ରୀବାହୀ ବସ୍ଟି ଭଞ୍ଜନଗରରୁ ବୁଗୁଡ଼ା ଅଭିମୁଖେ ଆସୁଥିଲା। ଜି.ନୂଆଗାଁ ବ୍ରିଜ ନିକଟରେ ବସ୍ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ କଲେଜ ଛାତ୍ରଛାତ୍ରୀଙ୍କ ସମେତ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ।












Click it and Unblock the Notifications