ସ୍କୁଟିକୁ ଧକ୍କା ଦେଲା ଯାତ୍ରୀବାହି ବସ୍, ୨ ମୃତ
ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଡିପଲ ସ୍କୁଲ ନିକଟରେ ଦୁର୍ଘଟଣା। ବସ୍ ଧକ୍କାରେ ୨ ଜଣ ସ୍କୁଟି ଆରୋହୀଙ୍କର ମୃତ୍ୟୁ ଘଟିଛି। ଆଜି ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ଘଟିଛି ଏହି ଦୁର୍ଘଟଣା।

ବସ୍ଟି ଆସିକାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସ୍କୁଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ସ୍କୁଟି ଆରୋହୀଙ୍କର ମୃତ୍ୟୁ ଘଟିଥିଲା।ବସ୍ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସ୍କୁଟିଟି ଚୁରମାର ହୋଇଯାଇଛି। ତେବେ ବସ୍ରେ ଥିବା ଯାତ୍ରୀମାନଙ୍କର କିଛି ହୋଇନାହିଁ।












Click it and Unblock the Notifications