ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଅଟକିଲା ଯାତ୍ରୀବାହି ଡଙ୍ଗା
ଚିଲିକା ମଝିରେ ଫସିଲା ଯାତ୍ରୀବାହି ଡଙ୍ଗା । ଡଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିରହିଛି ଯାତ୍ରୀବାହି ଡଙ୍ଗା । ଏହି ଡଙ୍ଗାରେ ୬୦ରୁ ଅଧିକ ଯାତ୍ରୀ ଥିବା ବେଳେ ୩୦ରୁ ଅଧିକ ବାଇକ ରହିଛି । ଦିନ ଗୋଟାଏରେ ଜହ୍ନିକୁଦା ଘାଟ ନିକଟରୁ ସାତପଡ଼ା ଅଭିମୁଖେ ଚିଲିକାରେ ଯାତ୍ରା ଆରମ୍ଭ କରିଥିଲା ଏହି ଡଙ୍ଗା । ତେବେ କିଛି ବାଟ ଯିବା ପରେ ଡଙ୍ଗାର ମେସିନ ଖରାପ ହୋଇଯାଇଥିବା ଯୋଗୁଁ ଏହା ମଝି ଚିଲିକାରେ ଅଟକି ରହିଛି ।
ଡଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସି ରହିଥିଲା ଯାତ୍ରୀବାହି ଡଙ୍ଗା । ଡଙ୍ଗାଟି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅଧିନସ୍ଥ ଜହ୍ନିକୁଦା ଘାଟରୁ ସାତପଡା ଘାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ବାଟରେ ଅଟକି ଯାଇଥିଲା ଡଙ୍ଗା ।
ଏହି ଡଙ୍ଗାରେ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ବେଳେ ୪୦ ରୁ ଉର୍ଦ୍ଧ୍ବ ଗାଡି-ମୋଟର ଓ ସାଇକେଲ ଥିବା ସୂଚନା ମିଳିଛି । ଦିନ ଗୋଟାଏରେ ଜହ୍ନିକୁଦା ଘାଟ ନିକଟରୁ ସାତପଡ଼ା ଅଭିମୁଖେ ଚିଲିକାରେ ଯାତ୍ରା ଆରମ୍ଭ କରିଥିଲା ଏହି ଡଙ୍ଗା । ତେବେ କିଛି ବାଟ ଯିବା ପରେ ଡଙ୍ଗାର ମେସିନ ଖରାପ ହୋଇଯାଇଥିବା ଯୋଗୁଁ ଏହା ମଝି ଚିଲିକାରେ ଅଟକି ରହିଛି ।

ସୂଚନାଯୋଗ୍ୟ, ଗତ ମେ' ମାସ ୧୨ ତାରିଖରେ ଚିଲିକା ମଝିରେ ଫସିଥିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିଥିଲା ଡଙ୍ଗା । ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ବେଳେ ମଝି ଚିଲିକାରେ ଡଙ୍ଗାଟି ଫସିଯାଇଥିଲା । ଜହ୍ନିକୁଦାରୁ ୪ କିମି ଯିବା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଥିଲା ଡଙ୍ଗା ।












Click it and Unblock the Notifications