ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର; ପରିଚୟପତ୍ର ଦେଖାଇ ପ୍ରବେଶ କରୁଛନ୍ତି ପୁରୀବାସୀ

ପୁରୀ : ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । କେବଳ ପୁରୀବାସୀଙ୍କୁ ମିଳିଛି ପ୍ରବେଶ ଅନୁମତି । ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାରରେ ପୁରୀ ବାସିନ୍ଦା ପ୍ରବେଶ କରୁଛନ୍ତି ।

ଭକ୍ତ, ପୁରୀ ବାସିନ୍ଦା, ସେବକ ଓ ରାଜନେତା ସମସ୍ତେ ଏହି ଦାବି ଉଠାଇଥିଲେ। ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ନେଇ ଦାବି ଜଣାଇଥିଲେ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗତକାଲି ଏକ ଟୁଇଟ କରିଥିଲେ। ସେଥିରେ ଉଲ୍ଲେଖ କରିଥିଲେ ଅତିଶୀଘ୍ର ଆଉ ଗୋଟିଏ ଦ୍ୱାର ନଖୋଲିଲେ, କାଲିଠୁ ପଶ୍ଚିମଦ୍ୱାର ଆଗରେ ବସି ଠାକୁରଙ୍କୁ ଆରାଧନା କରିବେ। ଏହାପରେ ପ୍ରଶାସନ ପଶ୍ଚିମ ଦ୍ୱାର ଖୋଲିବା ନେଇ ନିଷ୍ପତ୍ତି ନେଇଛି।

jagannath_temple

ରଥଯାତ୍ରା ପରେ ଚାରି ଦୁଆର ଖୋଲିବା ନେଇ ସମନ୍ୱୟ ବୈଠକରେ ଆଲୋଚନା ହୋଇଥିବା ବେଳେ ଆଜିଠୁ ଖୋଲିଛି ପଶ୍ଚିମ ଦ୍ଵାର । ଇତି ମଧ୍ୟରେ ଚାରି ଦୁଆର ଖୋଲିବା ନେଇ ସଚେତନ ନାଗରିକ ମଞ୍ଚ ତରଫରୁ ଏକଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା।

ପର୍ବପର୍ବାଣୀରେ କିଲୋମିଟର ପର୍ଯ୍ୟନ୍ତ ଲମ୍ବି ଯାଉଛି ଲାଇନ୍। ଲାଇନରେ ଛିଡା ହୋଇ ବହୁ ଭକ୍ତ ଦୁର୍ଦ୍ଦଶା ଭୋଗୁଛନ୍ତି। ଦୀର୍ଘ ସମୟ ଲାଇନରେ ଠିଆ ହୋଇ ଅନେକ ଭକ୍ତ ବେହୋସ୍ ହୋଇ ପଡ଼ୁଛନ୍ତି। ଅନେକ ବୃଦ୍ଧ, ମହିଳା, ଛୋଟ ପିଲା ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ପାରୁନାହାନ୍ତି। ଜଗନ୍ନାଥ୍ ଦର୍ଶନ ପାଇଁ ଆସିଥିବା ଭକ୍ତ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହୋଇ ଅଶାନ୍ତିରେ ଫେରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+