ଆଜିଠାରୁ ଖୋଲିବ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର
ପୁରୀ : ଆଜିଠାରୁ ଖୋଲିବ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । ତେବେ କେବଳ ପୁରୀବାସୀଙ୍କୁ ମିଳିବ ପ୍ରେବଶ ଅନୁମତି । ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା ଦେଇଛନ୍ତି ।
ସକାଳ ୭ରୁ ପରିଚୟ ପତ୍ର ଦେଖାଇ ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ । ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାରରେ ପୁରୀ ବାସିନ୍ଦା ପ୍ରବେଶ କରିପାରିବେ । ଭକ୍ତ, ପୁରୀ ବାସିନ୍ଦା, ସେବକ ଓ ରାଜନେତା ସମସ୍ତେ ଏହି ଦାବି ଉଠାଇଥିଲେ। ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ନେଇ ଦାବି ଜଣାଇଥିଲେ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗତକାଲି ଏକ ଟୁଇଟ କରିଥିଲେ। ସେଥିରେ ଉଲ୍ଲେଖ କରିଥିଲେ ' ଅତିଶୀଘ୍ର ଆଉ ଗୋଟିଏ ଦ୍ୱାର ନଖୋଲିଲେ, କାଲିଠୁ ପଶ୍ଚିମଦ୍ୱାର ଆଗରେ ବସି ଠାକୁରଙ୍କୁ ଆରାଧନା କରିବେ। ଏହାପରେ ପ୍ରଶାସନ ପଶ୍ଚିମ ଦ୍ୱାର ଖୋଲିବା ନେଇ ନିଷ୍ପତ୍ତି ନେଇଛି।
ରଥଯାତ୍ରା ପରେ ଚାରି ଦୁଆର ଖୋଲିବା ନେଇ ସମନ୍ୱୟ ବୈଠକରେ ଆଲୋଚନା ହୋଇଥିବା ବେଳେ ଆଜିଠୁ ଖୋଲିବ । ଇତି ମଧ୍ୟରେ ଚାରି ଦୁଆର ଖୋଲିବା ନେଇ ସଚେତନ ନାଗରିକ ମଞ୍ଚ ତରଫରୁ ଏକଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା।
ପର୍ବପର୍ବାଣୀରେ କିଲୋମିଟର ପର୍ଯ୍ୟନ୍ତ ଲମ୍ବି ଯାଉଛି ଲାଇନ୍। ଲାଇନରେ ଛିଡା ହୋଇ ବହୁ ଭକ୍ତ ଦୁର୍ଦ୍ଦଶା ଭୋଗୁଛନ୍ତି। ଦୀର୍ଘ ସମୟ ଲାଇନରେ ଠିଆ ହୋଇ ଅନେକ ଭକ୍ତ ବେହୋସ୍ ହୋଇ ପଡ଼ୁଛନ୍ତି। ଅନେକ ବୃଦ୍ଧ, ମହିଳା, ଛୋଟ ପିଲା ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ପାରୁନାହାନ୍ତି। ଜଗନ୍ନାଥ୍ ଦର୍ଶନ ପାଇଁ ଆସିଥିବା ଭକ୍ତ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହୋଇ ଅଶାନ୍ତିରେ ଫେରୁଛନ୍ତି।












Click it and Unblock the Notifications