ବଳଙ୍ଗୀ ପୀଡ଼ିତାଙ୍କ ଶେଷ ଦର୍ଶନ ପରେ ପ୍ରଭାତୀଙ୍କ ପ୍ରତିକ୍ରିୟା; ସରକାର ସବୁ ବ୍ୟବସ୍ଥା କରିଥିଲେ, କିନ୍ତୁ ବଞ୍ଚାଇ ହେଲାନି

ବଳଙ୍ଗୀ ପୀଡ଼ିତାଙ୍କ ଶେଷ ଦର୍ଶନ ପରେ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା । ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଥିଲେ, କିନ୍ତୁ ବଞ୍ଚାଇ ହେଲାନି।
ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାର ସହ ଅଛନ୍ତି, ସବୁ କରିବାକୁ ପ୍ରସ୍ତୁତ । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ପରିବାର ପାଇଁ ଯାହା କରିବାର ଅଛି କରିବୁ । ଶେଷ ଯାଏଁ ପୋଲିସ ଉପରେ ଭରସା ରଖନ୍ତୁ, ଯାହା ସତ୍ୟ ପଦାକୁ ଆସିବ।

Parvathi s reaction after seeing Balangi patient for the last time

ଦୁଇ ସପ୍ତାହ ଧରି ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରି ଯାଇଥିବା ବଳଙ୍ଗା ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ହୋଇଛି। ସମୂହ ନମାଜପାଠ ପରେ ତାଙ୍କର ମରଶରୀରକୁ କବର ଦିଆଯାଇଛି। ଏହାପୂର୍ବରୁ ବଳଙ୍ଗାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପହଞ୍ଚିଥିଲେ। ଗତକାଲି ମରଶରୀର ରାତି ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା। ସମସ୍ତ ପ୍ରକ୍ରିୟା ଶେଷ ପରେ ରାତି ୯ଟାରେ ଇଣ୍ଡିଗୋ ବିମାନରେ ମୃତଦେହ ଦିଲ୍ଲୀ ବିମାନ ବନ୍ଦର ଛାଡ଼ିଥିଲା। ମୃତ ଦେହ ପହଞ୍ଚିବା ପରେ ଶେ‌ଷ ସତ୍କାର ପାଇଁ ତାଙ୍କ ଗ୍ରାମକୁ ନିଆଯାଇଥିଲା।

ଗାଁରେ ମରଶରୀର ପହଞ୍ଚିବା ପରେ ଛାଇଯାଇଥିଲା ଅସମ୍ଭବ ନିରବତା। ଶୋକରେ ଡୁବିଥିଲେ ପ୍ରିୟ ପରିଜନ। ସବୁଠାରୁ ଦୁଃଖଦାୟକ ଥିଲା ପୀଡ଼ିତାଙ୍କର କବର ଖୋଳା। ପରିଣତ ବୟସରେ ମୃତ୍ୟୁ ପରେ ପର ପିଢ଼ିଙ୍କ ହାତରେ କବର ଖୋଳାକୁ ସହଜରେ ଗ୍ରହଣ କରିହୁଏ। ହେଲେ ଆଜି ପୀଡ଼ିତାଙ୍କ ପରିଜନ (ବଡ଼ବାପା) ମୀର ଲିଆକତ ଅଲ୍ଲୀ କବର ଖୋଳୁଥିବାର ଦୃଶ୍ୟ ସମସ୍ତଙ୍କ ଆଖି ଓଦା କରିଥିଲା। ଯେଉଁ ହାତ ନାବାଳିକାକୁ କୋଳେଇ କାଖେଇ ମଣିଷ କରିବା କଥା, ସେହି ହାତ ଆଜି କବର ଖୋଳିବା ବ‌େ‌ଳେ ଥରୁଥିଲା ଯେମିତି। ଲୁହ ଜକେଇ ଆସୁଥିଲା, ବାଷ୍ପରୁଦ୍ଧ ହୋଇଯାଉଥିଲା କଣ୍ଠ। କବର ଯେତିକି ଯେତିକି ଖୋଳା ହେଉଥିଲା ପରିବେଶ ସେତିକି ଭାବପ୍ରବଣ ହୋଇ ପଡ଼ୁଥିଲା। ୭ ଫୁଟ ଲମ୍ବା, ୩ ଫୁଟ ଓସାରର କବର ଖୋଳିବା ପାଇଁ ଘଣ୍ଟାଏରୁ ଊର୍ଦ୍ଧ୍ବ ସମୟ ଲାଗି ଯାଇଥିଲା ତାଙ୍କୁ। ପରିଜନଙ୍କ ସମେତ ପଡ଼ୋଶୀ ଓ ଆଖପାଖର ଲୋ‌କେ ଗଦା ହୋଇଥିଲେ। କାହା ପାଟିରୁ ପଦେ ହେଲେ କଥା ବାହାରୁ ନଥିଲା। ସମସ୍ତେ ପୀଡ଼ିତାଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇପଡ଼ିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+