ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ
ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏନେଇ ଦଳ ପକ୍ଷରୁ ବିଜେଡି ଉପସଭାପତି ପ୍ରତାପ ଜେନା ଶନିବାର ସୂଚନା ଦେଇଛନ୍ତି। ବିଜେଡିର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ପରେ ନବୀନ ନିବାସରେ ପ୍ରବଳ ହଙ୍ଗାମା କରିଥିଲେ ପ୍ରଭାତ। ପ୍ରଭାତଙ୍କ ସହ ପୁଅ ତଥା ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ସଂତୃପ୍ତଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ହଙ୍ଗାମା କରିଛନ୍ତି।

ଅସନ୍ତୋଷ କରି ପ୍ରଭାତ କହିଥିଲେ ଯେ, ଯାହାଙ୍କୁ ପ୍ରାର୍ଥୀ କରାଯାଇଛି ସେ ଦଳ ପାଇଁ କିଛି କରିନାହାନ୍ତି। ଯିଏ ଦଳ ପାଇଁ କାର୍ଯ୍ୟ କରିଛନ୍ତି ତାଙ୍କୁ ପ୍ରାର୍ଥୀ କରିଥିଲେ ଭଲ ହୋଇଥାନ୍ତା। ଏହା ଏକପାଖିଆ ନିଷ୍ପତ୍ତି, ସମସ୍ତେ ବସି ନିଷ୍ପତ୍ତି ନେଇ ନାହାନ୍ତି। ଦଳର ୪ ହଜାର କୋଟି କିଏ ନେଇଗଲା କହି ବର୍ଷିଥିଲେ ପ୍ରଭାତ। ଆହୁରି ମଧ୍ୟ କହିଥିଲେ ଯେ, ଦଳ ପାଇଁ ମୁଁ ସବୁ ତ୍ୟାଗ ସ୍ବୀକାର କରିଛି। ଦଳ ମୋର ବହୁ କ୍ଷତି କରିଛି, ମୁଁ କିନ୍ତୁ ଦଳର କ୍ଷତି କରି ନାହିଁ। ନବୀନ ବାବୁ ଆଲୋଚନା କରନ୍ତୁ। ଯଦି ଆଲୋଚନା ନ କରିବେ ତେବେ ଦଳଠାରୁ ଦୂରେଇ ଯିବି ବୋଲି ପ୍ରଭାତ କହିଥିଲେ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications