ଭୁବନେଶ୍ୱରରେ ଅପରାହ୍ନ ୪.୫୭ରେ ଏତିକି ମିନିଟ୍ ପାଇଁ ଦେଖିବା ପାଇଁ ମିଳିବ ସୂର୍ଯ୍ୟପରାଗ
ଭୁବନେଶ୍ୱରରେ ଅପରାହ୍ନ ୪.୫୭ରେ ୨୦ ମିନିଟ୍ ପାଇଁ ଦେଖିବା ପାଇଁ ମିଳିବ
ଭୁବନେଶ୍ବର: ଚଳିତ ବର୍ଷର ଶେଷ ଆଂଶିକ ସୂର୍ଯ୍ୟ ପରାଗ ୨୫ ଅକ୍ଟୋବରରେ ହେବାକୁ ଯାଉଛି । ଏହାକୁ ଦେଖିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ସୂର୍ଯ୍ୟ ପରାଗ ଭାରତର ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ସହରରେ ଦୃଶ୍ୟମାନ ହେବ । ଏହା ଭୁବନେଶ୍ୱରରେ ଅପରାହ୍ନ ୪.୫୭ରେ ୨୦ ମିନିଟ୍ ପାଇଁ ଦେଖିବା ପାଇଁ ମିଳିବ । ଏହି ସୟରେ ସୂର୍ଯ୍ୟର ମାତ୍ର ୧୫ ପ୍ରତିଶକୁ ଢାଙ୍କି ରଖିବ ଚନ୍ଦ୍ର ।

ଏହି ସମୟରେ ନିଜ ଆଖିକୁ ସୂର୍ଯ୍ୟଙ୍କ UV କିରଣରୁ ରକ୍ଷା କରିବା ପାଇଁ ଚଷମା ପିନ୍ଧିବା ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ପ୍ରୋଜେକ୍ସନ ମାଧ୍ୟମରେ ମଧ୍ୟ ଏହି ସମ୍ପୁର୍ଣ୍ଣ ପ୍ରକ୍ରିୟାକୁ ଆପଣ ଦେଖିପାରିବେ । ଏହା ୨୦୨୨ ର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟ ପରାଗ । ଭାରତ ସମେତ ଏସିଆ ଓ ୟୁରୋପର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଏହି ସୂର୍ଯ୍ୟ ପରାଗର ବିଶେଷ କଥା ହେଉଛି ଏହା ଆଗାମୀ ଦଶନ୍ଧି ଅର୍ଥାତ୍ ୧୦ ବର୍ଷ ପର୍ଯ୍ୟନ୍ତ ଭାରତରେ ଦେଖିବା ପାଇଁ ମିଳିବ ନାହିଁ ।
Partial Solar Eclipse on 25th October 2022 over #Bhubaneswar city will begin at 4.57pm (Tuesday) for a duration of #19minutes.
Source: PAC, Kolkata, IMD pic.twitter.com/sVg0bRdMel
— Meteorological Centre, Bhubaneswar (@mcbbsr) October 22, 2022
ସୂର୍ଯ୍ୟ ପରାଗ ପାଇଁ ସାରା ରାଜ୍ୟରେ ସରକାରୀ ଛୁଟି ଘୋଷଣା କରିଛନ୍ତି ସରକାର । ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ, ରାଜସ୍ୱ ବିଭାଗୀୟ କୋର୍ଟ, ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ସୂଚନା ଏବଂ ଲୋକ ସଂପର୍କ ବିଭାଗ ।
ସେହିପରି ସୂର୍ଯ୍ୟପରାଗକୁ ଜ୍ୟୋତିଷ୍କମାନେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ବୋଲି ମତ ଦେଇଛନ୍ତି । ସୂର୍ଯ୍ୟପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ନୀତି ରହିଛି । ସୋମବାର ରାତି ୪ଟା ୫୭ରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ । ଗ୍ରହଣ ସ୍ପର୍ଶ ମଙ୍ଗଳବାର ଦିନ ୪ଟା ୫୬ ମିନିଟ ୫୨ ସେକଣ୍ଡ ଓ ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ସେକେଣ୍ଡରେ ହେବ ବୋଲି ସୂଚନା ରହିଛି ।












Click it and Unblock the Notifications