ଅର୍ପଣ ରଥରୁ ଶ୍ରୀମନ୍ଦିରକୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା; ସୂଚନା ଦେଲା ମନ୍ଦିର ପ୍ରଶାସନ

ଅର୍ପଣ ରଥରୁ ୩ କୋଟି ଦକ୍ଷିଣା । ଅର୍ପଣ ରଥରୁ ଶ୍ରୀମନ୍ଦିରକୁ ମିଳିଛି ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କାର ଦକ୍ଷିଣା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଗତ ଜାନୁଆରୀ ୨୨ ତାରିଖରୁ ଫେବ୍ରୁଆରୀ ୭ ତାରିଖ ମଧ୍ୟରେ ଏହି ଅର୍ଥରାଶି ଶ୍ରୀମନ୍ଦିର ପ୍ରଶାସନକୁ ମିଳିଥିବା ନେଇ ମନ୍ଦିର ପ୍ରଶାସନ ସୂଚନା ଦେଇଛି । ୩୦ଟି ଯାକ ଜିଲ୍ଲାରୁ ଏହି ଦକ୍ଷିଣା ଭକ୍ତମାନେ ଶ୍ରୀମନ୍ଦିରକୁ ଦେଇଛନ୍ତି ।

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ଗାଁରେ ଅର୍ପଣ ରଥ ବୁଲିଥିଲା । ଏହି ସମୟରେ ଲୋକମାନେ କାଳିଆ ପାଇଁ ଗୁଆ ନଡିଆ ଦେବା ସହିତ ଅରୁଆ ଚାଉଳ ଏବଂ ଦକ୍ଷିଣା ପ୍ରଦାନ କରିଥିଲେ ।

Shree mandir

ବର୍ତ୍ତମାନ ଏହି ଦକ୍ଷିଣାର ପରିମାଣ ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କା ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଶୂନ୍ୟକାଳରେ ବିଜେପି ଆଜି ପୁଣି ଅର୍ପଣ ରଥ ଓ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଛି । ଏହି ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଘେରିଛନ୍ତି । କାହା ନିର୍ଦ୍ଦେଶରେ ଅର୍ପଣ ରଥ ବାହାରିଥିଲା ? କାହା ନିର୍ଦ୍ଦେଶରେ ଶ୍ରୀ ମନ୍ଦିର ନୀତି ବିରୁଦ୍ଧରେ ଉଷୁନା ଚାଉଳରେ ମହାପ୍ରସାଦ ତିଆରି ହେଲା ? ଏହା ଉପରେ ସରକାର ସ୍ପଷ୍ଟୀକରଣ ଦେବା ପାଇଁ ବାଚସ୍ପତିଙ୍କ ରୁଲିଂ ପାଇଁ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ।

ମୋହନ ମାଝୀ କହିଥିଲେ, ବାର ମିଶା ଚାଉଳ ଶ୍ରୀମନ୍ଦିରକୁ ଗଲା କେମିତି? ଲୋକେ ଗୁଆ ସହ ଦାନରେ ଅର୍ଥ ବି ଦେଇଛନ୍ତି। କେତେ ଅର୍ଥ ସଂଗ୍ରହ ହେଲା, ତାର ହିସାବ ନାହିଁ । ଡାଲା ଅଟୋରେ ସୋଲରେ ନିର୍ମିତ ଜଗନ୍ନାଥଙ୍କୁ ବାନ୍ଧି ବୁଲାଇଲେ, ଯାହା ଜଗନ୍ନାଥ ସଂସ୍କୃତିର ପରିପନ୍ଥୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+