ବିକାଶ ପଥରେ ଶ୍ରୀକ୍ଷେତ୍ର ପୁରୀ: ପ୍ରକୃତିଙ୍କ କଣ୍ଠରେ ‘ପରିକ୍ରମା’ ଭଜନ

ବିକାଶ ପଥରେ ଶ୍ରୀକ୍ଷେତ୍ର ପୁରୀ । ନୂଆ ରୂପରେ ସଜାଇ ହେଉଛି ବଡ ଦେଉଳର । ସାକାର ହେଲା ଶତାବ୍ଦୀର ସ୍ବପ୍ନ। ଶ୍ରୀମନ୍ଦିର ସ୍ବର୍ଣ୍ଣିମ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ବିଶ୍ବନିଅନ୍ତାଙ୍କ ବିଜେସ୍ଥଳୀର ଭବ୍ୟ ରୂପ। ଝଟକୁଛି ଉତ୍କଳୀୟ କଳା, ଐତିହ୍ୟ, ସଂସ୍କୃତିର ଝଲକ। ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭକ୍ତ ଓ ଭଗବାନ ହେଲେ ଏକାଠି ସବୁଠି କାଳିଆର ନାମ ହେଉଛି ଗୁଞ୍ଜରିତ ।

ଏହାରି ଭିତରେ ଓଲିଉଡର ଲୋକପ୍ରିୟ କଳାକାର ପ୍ରକୃତି ମିଶ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗୀତ ଗାଇଛନ୍ତି । ଗୀତକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ବେଶ୍ ଭଲ ପାଇବା ଏବଂ ପ୍ରଶଂସା ମିଳିଛି । ଅତି ଚମତ୍କାର ଢଙ୍ଗରେ ଗୀତ ଠିକୁ ଗାଇଛନ୍ତି ଅଭିନେତ୍ରୀ । ଗୀତକୁ ସଂଯୋଜନା କରିଛନ୍ତି ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ର ।

ଭାବଭକ୍ତିରେ ଉଚ୍ଛୁଳୁଛି ସିଂହଦ୍ୱାରରୁ ଶରଧାବାଲି । ସମସ୍ତେ ଏବେ ପରିକ୍ରମା ପ୍ରକଳ୍ପ ମନସ୍କ । ଚା' ଖଟିରୁ ଚାକଚକ୍ୟ ହୋଟେଲ, ବସ୍ତିବାସୀରୁ ବୁଦ୍ଧିଜୀବୀ ପୁଣି ବଡ଼ଦାଣ୍ଡରୁ ବେଳାଭୂମି ସବୁଠି ପରିକ୍ରମା ପ୍ରକଳ୍ପର ଚର୍ଚ୍ଚା । ସମସ୍ତେ ପ୍ରକଳ୍ପର ପରିକଳ୍ପନାରୁ ବାସ୍ତବତା ଯାଏ ଯେଉଁମାନଙ୍କର ଭୂମିକା ରହିଛି ସେମାନଙ୍କୁ ପ୍ରଶଂସା କରୁଛନ୍ତି ।

prakruti mishra

ପ୍ରକଳ୍ପ ଲୋକାର୍ପଣ ବେଳେ ଖୁସିରେ କାନ୍ଦି ପକାଇଥିଲେ ମୁଖ୍ୟମନ୍ତ୍ରୀ । ୭୦୦ ବର୍ଷର ବ୍ୟବଧାନରେ ପୁଣି ନୂଆ ରୂପ ପାଇଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବ । ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଗତକାଲି ହୋଇଛି ଶୁଭ ଲୋକାର୍ପଣ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀରେ ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ନିମନ୍ତେ ପହଞ୍ଚିବା ପରେ ଅତ୍ୟନ୍ତ ଭାବବିହ୍ବଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+