Get Updates
Get notified of breaking news, exclusive insights, and must-see stories!

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଶ୍ରୀକ୍ଷେତ୍ରରେ ମହାଯଜ୍ଞ ଶୁଭାରମ୍ଭ

Puri Jagannath Temple: ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପକୁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଅଙ୍କୁର ପୂଜନ ପରେ ନିର୍ଦ୍ଦାରିତ କାର୍ଯ୍ୟସୂଚୀ ଅନୁସାରେ ଶ୍ରୀକ୍ଷେତ୍ରରେ ମହାଯଜ୍ଞର ଶୁଭାରମ୍ଭ ହୋଇଛି । ଅଖଣ୍ତ ଦୀପ ପ୍ରଜ୍ୱଳନ ପୂର୍ବରୁ ମହାଯଜ୍ଞର ଶୁଭାରମ୍ଭ ଓ ପଞ୍ଚକର୍ମ ହେବ । ଅପରାହ୍ନ ୩ଟାରେ ଯଜ୍ଞକୁଣ୍ତରେ ଅଗ୍ନି ସଂଯୋଗ କରାଯିବ, ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଅଣାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯିବା ନେଇ ସୂଚନା ରହିଛି ।

ଯଜ୍ଞ ସହ ୬୦ଜଣ ବିଦ୍ୟାର୍ଥୀଙ୍କ ଦ୍ୱାରା ବେଦପାଠ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ମଣ୍ତପ ମଧ୍ୟ ପ୍ରସ୍ତୁତ କରାଯାଇଛି । ସିଂହଦ୍ୱାରରେ ଋକବେଦ, ପଶ୍ଚିମଦ୍ୱାରରେ ସାମବେଦ, ଉତ୍ତରଦ୍ୱାରରେ ଅର୍ଥବେଦ ଏବଂ ଦକ୍ଷିଣ ଦ୍ୱାରରେ ଯଦୁର୍ବେଦ ପାଠ କରାଯିବା ନେଇ ସୂଚନା ରହିଛି । ସେହିପରି ଆଜି ଶ୍ରୀମାର୍ଗ ଏବଂ ଶ୍ରୀସେତୁରେ ଟ୍ରାଏଲ ରନ କରାଯିବ । ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ।

Parikrama Prakalpa

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହୋତ୍ସବରେ ଯୋଗ ଦେବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯୋଗ ଦେବେ । ଯାହାକୁ ଦୃଷ୍ଚିରେ ରଖି ପୁରୀରେ ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯିବା ସହ ୪୪ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ରହିବେ ଏହା ସହ ସିସିଟିଭି ସର୍ଭେଲାନ୍ସରେ ରହିବ ପୁରୀ ସହର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+