ପରୀ ହତ୍ୟାକାଣ୍ଡ: ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କୁ ସମୟ ମାଗିଲା SIT
ଷ୍ଟାଟସ ରିପୋର୍ଟ ଦାଖଲ କରିନଥିବା ବେଳେ ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ମାଗିଛି କ୍ରାଇମବ୍ରାଞ୍ଚ ଏସ୍ଆଇଟି।
କଟକ: କିଛି ଦିନର ବିରତି ପରେ ପୁଣି ଏବେ ଚର୍ଚ୍ଚାରେ ନୟାଗଡ଼ ପରୀ ହତ୍ୟା ମାମଲା । ହାଇକୋର୍ଟରେ ଏସ୍ଆଇଟି ପକ୍ଷରୁ ଦାଖଲ ହୋଇନି ମାମଲାର ଷ୍ଟାଟସ ରିପୋର୍ଟ। ତେବେ ହାଇକୋର୍ଟ SITକୁ ଆଜି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେପଟେ ଷ୍ଟାଟସ ରିପୋର୍ଟ ଦାଖଲ କରିନଥିବା ବେଳେ ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ମାଗିଛି କ୍ରାଇମବ୍ରାଞ୍ଚ ଏସ୍ଆଇଟି।

ମାର୍ଚ୍ଚ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୂର୍ବରୁ ୧୬ ଡିସେମ୍ବରରେ ଏସ୍ଆଇଟି ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲା। ତେବେ ପରୀ ମୃତ୍ୟୁର ଅଭିଯୁକ୍ତକୁ ଏସଆଇଟି ପ୍ରଥମେ ନୟାଗଡ ପୋକ୍ସ କୋର୍ଟରେ ହାଜର କରାଇଥିବାବେଳେ ନାବାଳକ ଦର୍ଶାଇ ମାମଲା ଜୁଭେଇନାଲ ଜଷ୍ଟିସ ବୋର୍ଡକୁ ସ୍ଥାନାନ୍ତର କରାଯାଇଥିଲା।












Click it and Unblock the Notifications