ପରୀ ହତ୍ୟା ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ: ଗୃହମନ୍ତ୍ରୀ
ନୟାଗଡ଼ ନାବାଳିବା ପରୀ ଅପହରଣ ଓ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବା ନେଇ ଆଜି ଗୃହରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ।
ଭୁବନେଶ୍ୱର: ନୟାଗଡ଼ ନାବାଳିବା ପରୀ ଅପହରଣ ଓ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବା ନେଇ ଆଜି ଗୃହରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର । ମାମଲାରେ ଏଯାବତ ୩୪ ଜଣଙ୍କୁ ଜେରା କରାଯାଛି ବୋଲି ଆଜି ସେ ଗୃହରେ ସେ ସୂଚନା ଦେଇଛନ୍ତି। ଏଥିସହିତ ପରୀକୁ ଅପହରଣ ପରେ ହତ୍ୟା କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ଏନେଇ ଗତକାଲିର ବାଚସ୍ପତି ରୁଲିଂ ଦେଇଥିଲେ ।

ସୂଚନାଥାଉକି, ଗତ ଜୁଲାଇ ମାସ ୭ ତାରିଖ ଦିନ ନୟାଗଡ ବ୍ଲକ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗାଁର ଅଶୋକ ସାହୁଙ୍କ ୫ ବର୍ଷର ଝିଅ "ପରୀ" ଘର ନିକଟରେ ଖେଳୁଥିବା ବେଳେ ହଠାତ୍ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲା । ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ପରୀକୁ ନ ପାଇବାରୁ ସ୍ଥାନୀୟ ଥାନାର ଦ୍ଵାରସ୍ଥ ହୋଇଥିଲେ । ତେବେ ୭ ଦିନ ପରେ ଅଶୋକଙ୍କ ଘର ପାଖରେ ଏକ ବସ୍ତାରେ ଗୁଡାହୋଇ କିଛି ନରକଙ୍କାଳ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ଏହା 'ପରୀ' ମରଶରୀର ବୋଲି ପରିବାର ଲୋକେ କହିବା ସହ ଦୋଷୀକୁ ଧରିବାକୁ ଦାବି କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ରାସ୍ତାରୋକ ମଧ୍ୟ ହୋଇଥିଲା ।












Click it and Unblock the Notifications