For Quick Alerts
Turn On Notification  
For Daily Alerts
Oneindia App Download

ହାଇକୋର୍ଟଙ୍କ ନିର୍ଦ୍ଦେଶ : 'ପରୀ ପରିବାରକୁ ସୁରକ୍ଷା ଓ ମାମଲାର ଅପଡେଟ୍ ଷ୍ଟାଟସ ରିପୋର୍ଟ ଦିଅ'

ନୟାଗଡ଼ ପରୀ ହତ୍ୟା ମାମଲାରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଦୁଇଟି ନିର୍ଦ୍ଦେଶ ଦେଇଛନ୍ତି । ପରୀ ପରିବାରକୁ ସୁରକ୍ଷା ଦେବା ସହ ଏହି ମାମଲାର ଅପଡେଟ୍ ଷ୍ଟାଟସ ରିପୋର୍ଟ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

|

କଟକ : ନୟାଗଡ଼ ପରୀ ହତ୍ୟା ମାମଲାରେ ଆଜି ହାଇକୋର୍ଟ ଦୁଇଟି ନିର୍ଦ୍ଦେଶ ଦେଇଛନ୍ତି । ପରୀ ପରିବାରକୁ ସୁରକ୍ଷା ଦେବା ସହ ଏହି ମାମଲାର ଅପଡେଟ୍ ଷ୍ଟାଟସ ରିପୋର୍ଟ ଦେବା ପାଇଁ ନୟାଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏସଂକ୍ରାନ୍ତରେ ଦାୟର ହୋଇଥିବା ଏକ ମାମଲାର ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା 16 ତାରିଖରେ ଏହି ମାମଲାର ପରବର୍ତ୍ତି ଶୁଣାଣି ହେବ । ଏଠାରେ କହି ରଖୁଛୁ କି, ଭାରତୀୟ ବିକାଶ ପରିଷଦ ଏହି ଘଟଣାରେ ସିବିଆଇ ତଦନ୍ତ ଓ 25 ଲକ୍ଷ କ୍ଷତିପୂରଣ ନେଇ ହାଇକୋର୍ଟରେ ମାମଲା ଦାୟର କରିଥିଲା ।

ସୁରକ୍ଷା ଲୋଡିଲେ ସୌମ୍ୟ

ହାଇକୋର୍ଟ

ସେହିପରି ଏହି ଘଟଣାରେ ଚର୍ଚ୍ଚାରେ ରହିଥିବା ସରପଞ୍ଚ ସୌମ୍ୟରଞ୍ଜନ ନିଜ ପ୍ରତି ଓ ପରିବାର ପ୍ରତି ବିପଦ ଆଶଙ୍କାରେ ସୁରକ୍ଷା ଲୋଡି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସେ ଦାୟର କରିଥିବା ମାମଲାରେ ଗୃହ ବିଭାଗ ସଚିବ, ଡିଜିପି, ଜିଲ୍ଲାପାଳ, ଏସପି ଓ ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଥିବା ତାଙ୍କ ଓକିଲ ସିଦ୍ଧାର୍ଥ ପ୍ରସାଦ ଦାସ ଗଣମାଧ୍ୟମକୁ କହିଛନ୍ତି ।

ଆକ୍ଷେପ କଲେ ପ୍ରତାପ

ଅପରପକ୍ଷରେ ନୟାଗଡ଼ ପରୀ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଯଦି ପରୀ ନ୍ୟାୟ ନ ପାଇଲା ତାହେଲେ ସରକାରଙ୍କୁ କ୍ଷମତାରେ ରହିବା ଅଧିକାର ନାହିଁ ବୋଲି ଆକ୍ଷେପ କରି କହିଛନ୍ତି ପ୍ରତାପ । ଏଥିସହିତ ପରୀ ନ୍ୟାୟ ଦେବା ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ବିଜେପି ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Pari Murder Case High Court Asked Odisha Government to Provide Security and Give Status Report
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X