ଜେଲ ଗଲା ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ
ଅଭିଯୁକ୍ତକୁ କୋର୍ଟରେ ଉପସ୍ଥାପନ କରିବା ସହ SIT ତାକୁ ସାବାଳକ ଦର୍ଶାଇଛି । ନୟାଗଡ଼ ପକ୍ସୋ କୋର୍ଟରେ ହାଜର ପରେ ଅଭିଯୁକ୍ତକୁ ନୟାଗଡ଼ ସବ୍ଜେଲ୍ ନିଆଯାଇଛି।
ଭୁବନେଶ୍ବର: ଧିରେ ଧିରେ ଖୋଲୁଛି ନୟାଗଡ ଶିଶୁ କନ୍ୟା ପରୀ ହତ୍ୟାକାଣ୍ଡର ଗୁମର । ମାମଲାରେ ଆଜି ଜଣଙ୍କୁ ଗିରଫ କରିଛି SIT । ଏଥି ସହିତ ଅଭିଯୁକ୍ତକୁ କୋର୍ଟରେ ଉପସ୍ଥାପନ କରିବା ସହ SIT ତାକୁ ସାବାଳକ ଦର୍ଶାଇଛି । ନୟାଗଡ଼ ପକ୍ସୋ କୋର୍ଟରେ ହାଜର ପରେ ଅଭିଯୁକ୍ତକୁ ନୟାଗଡ଼ ସବ୍ଜେଲ୍ ନିଆଯାଇଛି।
ଆସନ୍ତାକାଲିଠାରୁ 3 ଦିନିଆ ରିମାଣ୍ଡରେ ଯିବ ଅଭିଯୁକ୍ତ ।ଏହି ରିମାଣ୍ଡ ୨୪ ତାରିଖରେ ଶେଷ ହେବ। ତେବେ SIT ୪ ଦିନ ରିମାଣ୍ଡ ପାଇଁ ପକ୍ସୋ କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ।

ଏହା ପୂର୍ବରୁ ଆଜି ସକାଳେ ଘଟଣାର ତଦନ୍ତ ପାଇଁ ଯଦୁପୁରରେ ପହଞ୍ଚିଥିବା SIT ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ ଯେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି। ଗତ ୧୦ ଦିନ ହେଲା ଲଗାତାର ଆମେ ଅଭିଯୁକ୍ତଙ୍କୁ ପଚରାଉଚରା କରିଛୁ। ଦୁଷ୍କର୍ମ ଯୋଗୁଁ ଘଟଣା ଘଟିଥିବା ତଦନ୍ତରୁ ଜାଣିବାକୁ ପାଇଲୁ। ଏନେଇ ଯଥେଷ୍ଟ ପ୍ରମାଣ ପାଇବା ପରେ ହିଁ ତାଙ୍କୁ ଗିରଫ କରିଛୁ। ଘଟଣାରେ ଗିରଫ ବ୍ୟକ୍ତି ହିଁ ହେଉଛନ୍ତି ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ତାଙ୍କୁ କିଏ ସାହାଯ୍ୟ କରିଛନ୍ତି କି ନାହିଁ ତାର ତଦନ୍ତ ଏବେ ଚାଲୁ ରହିଛି।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications