Get Updates
Get notified of breaking news, exclusive insights, and must-see stories!

ବିଧାନସଭାରେ ପରୀ ମୃତ୍ୟୁ ଘଟଣା; ବାଚସ୍ପତିଙ୍କ ରୁଲିଂ, କାଲି ଉତ୍ତର ଦେବେ ମନ୍ତ୍ରୀ

ନୟାଗଡ ନାବାଳିକା ପରୀ ଅପହରଣ ଓ ମତ୍ୟୁ ପ୍ରସଙ୍ଗରେ ସରଗରମ ଆଜି ବିଧାନସଭା । ବିରୋଧୀଙ୍କ ଦମଲା ପରେ ରୁଲିଂ ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଭୁବନେଶ୍ବର: ନୟାଗଡ ନାବାଳିକା ପରୀ ଅପହରଣ ଓ ମତ୍ୟୁ ପ୍ରସଙ୍ଗରେ ସରଗରମ ଆଜି ବିଧାନସଭା । ବିରୋଧୀଙ୍କ ଦମଲା ପରେ ରୁଲିଂ ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆସନ୍ତାକାଲି ଏହି ପ୍ରସଙ୍ଗରେ ଉତ୍ତର ରଖିବେ ଗୃହରାଷ୍ଟ୍ର ମନ୍ତ୍ରୀ । ବିରୋଧୀ ଉଠାଇଥିବା ଚାରୋଟି ପ୍ରସଙ୍ଗରେ ଉତ୍ତର ଦେବେ ମନ୍ତ୍ରୀ । ଏନେଇ ରୁଲିଂ ଦେଇଛନ୍ତି ବାଚସ୍ପତି ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ପ୍ରତିକ୍ରିୟା । ହତ୍ୟା ପଛରେ ମନ୍ତ୍ରୀଙ୍କ ହାତ ରହିଛି, ମନ୍ତ୍ରୀଙ୍କ ଲୋକ ମାରିଥିବା ନେଇ ପରିବାର ଲୋକେ ଅଭିଯୋଗ କରୁଛନ୍ତି, କଣ ସମ୍ପୃକ୍ତି ରହିଛି ତାହାର ଉତ୍ତର ରଖନ୍ତୁ ମନ୍ତ୍ରୀ ବୋଲି କହିଛନ୍ତି ପ୍ରଦୀପ୍ତ । ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ରାଜ୍ୟ ସରକାରଙ୍କ ଜବାଜ ଲୋଡିଛନ୍ତି । ପୋଲିସ ନ୍ୟାୟ ଦେଲାନି ବୋଲି ଭୁବନେଶ୍ବର ଆସି ପ୍ରତିବାଦ କରୁଛନ୍ତି ପୀତିଡାଙ୍କ ପିତା-ମାତ । ପୋଲିସ କାହିଁକି ଚୁପ ବସିଛି, ଏଥି ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ତାରା । ସେହିପରି ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଗୃହରେ ଉତ୍ତର ମାଗିଛନ୍ତି ।

ବିଧାନସଭା

ସୂଚନାଥାଉକି, ଗତ ଜୁଲାଇ ମାସ ୭ ତାରିଖ ଦିନ ନୟାଗଡ ବ୍ଲକ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗାଁର ଅଶୋକ ସାହୁଙ୍କ ୫ ବର୍ଷର ଝିଅ "ପରୀ" ଘର ନିକଟରେ ଖେଳୁଥିବା ବେଳେ ହଠାତ୍ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲା । ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ପରୀକୁ ନ ପାଇବାରୁ ସ୍ଥାନୀୟ ଥାନାର ଦ୍ଵାରସ୍ଥ ହୋଇଥିଲେ । ତେବେ ୭ ଦିନ ପରେ ଅଶୋକଙ୍କ ଘର ପାଖରେ ଏକ ବସ୍ତାରେ ଗୁଡାହୋଇ କିଛି ନରକଙ୍କାଳ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ଏହା 'ପରୀ' ମରଶରୀର ବୋଲି ପରିବାର ଲୋକେ କହିବା ସହ ଦୋଷୀକୁ ଧରିବାକୁ ଦାବି କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ରାସ୍ତାରୋକ ମଧ୍ୟ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+