Pari Case: ପରୀ ଗାଁରେ ରାଜ୍ୟ ବିଜେପି ପ୍ରଭାରୀ, ସରକାରଙ୍କ ସୁରକ୍ଷା ବ୍ୟବସ୍ଥାକୁ କଲେ ଟାର୍ଗେଟ
ନୟାଗଡ ଯଦୁପୁର ଗାଁରେ ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ଯଦୁପୁରରେ 'ପରୀ' ବାପା ମାଙ୍କ ସହ ପୁରନ୍ଦେଶ୍ୱରୀଙ୍କ ଆଲୋଚନା ।
ଭୁବନେଶ୍ବର: ନୟାଗଡ ଯଦୁପୁର ଗାଁରେ ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ଯଦୁପୁରରେ 'ପରୀ' ବାପା ମାଙ୍କ ସହ ପୁରନ୍ଦେଶ୍ୱରୀଙ୍କ ଆଲୋଚନା । ସମୀର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର ଥିଲେ ସାମିଲ ।
ତେବେ ନୟାଗଡ ନାବାଳିକା ପରୀ ନିଖୋଜ ଓ ହତ୍ୟା ଘଟଣାରେ ସରକାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଟାର୍ଗେଟ କରିଛନ୍ତି ବିଜେପି ନୂଆ ପ୍ରଭାରୀ । ଛୋଟ ଝିଅଟିର ହତ୍ୟା ଘଟଣାକୁ 3 ମାସରୁ ଉର୍ଦ୍ଧ୍ବ ବିତ ଯାଇଥିଲେ ମଧ୍ୟ ସରକାରୀ ହତ୍ୟାକାରୀଙ୍କୁ ଧରିବାରେ ବିଫଳ । ଏଥି ସହିତ ନାବାଳିକାର ବାପା-ମାଙ୍କୁ ମଧ୍ୟ ସୁରକ୍ଷା ମିଳିପାରୁ ନାହିଁ । ଏପରି ସ୍ଥଳେ ରାଜ୍ୟବାସୀଙ୍କୁ ଏହି ସରକାର କିପରି ସୁରକ୍ଷା ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପୁରନ୍ଦେଶ୍ୱରୀଙ୍କ ସହ ତାଙ୍କ ଟିମ୍ ଆଜି ନୟାଗଡ ଜିଲ୍ଲା ଯଦୁପୁର ଗାଁରେ ପହଞ୍ଚିଛନ୍ତି । ସେଠାରେ ପରୀ ଶରୀରର ଅଂଶାବଶେଷ ପଡ଼ିଥିବା ସ୍ଥାନ ବୁଲି ଦେଖିବା ସହ ଘଟଣା ସମ୍ପର୍କରେ ପରୀ ବାପାଙ୍କ ସହ ଆଲୋଚନା କରିଛନ୍ତି ।
ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ସେ ଦଳୀୟ ପଦାଧିକାରୀ, ସାଂସଦ, ବିଧାୟକ ଏବଂ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନର ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୦୨୨ ପୌର ନିର୍ବାଚନ ଓ ୨୦୨୪ ସଧାରଣ ନିର୍ବାଚନ ପାଇଁ ଦଳର ଭବିଷ୍ୟତ ରଣନୀତି କିଭଳି ପ୍ରସ୍ତୁତ ହେବ ସେ ସମ୍ପର୍କରେ ଦଳୀୟ ନେତାଙ୍କୁ ପରାମର୍ଶ ଦେବେ ବୋଲି କୁହାଯାଉଛି ।












Click it and Unblock the Notifications