ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରୁ ବାହାରିଲା ପରାକ୍ରମ ଶୋଭାଯାତ୍ରା
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରୁ ବାହାରିଲା ପରାକ୍ରମ ଶୋଭାଯାତ୍ରା । ଅପରେସନ ସିନ୍ଦୂର ସଫଳ ପରେ ୩ ସେନାକୁ ସାଲ୍ୟୁଟ ପାଇଁ ଶୋଭାଯାତ୍ରା । ପରାକ୍ରମ ଶୋଭାଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୋଭାଯାତ୍ରାରେ ପୋଲିସ, CRPF, NCC, ଟ୍ରାଫିକ୍ ପୋଲିସ ସାମିଲ୍ । କଳିଙ୍ଗ ଷ୍ଟାଡିୟମର ୩ ନଂ ଗେଟ୍ରୁ ରାଜଭବନ ଛକ ଯାଏଁ ଯିବ ଶୋଭାଯାତ୍ରା ।

ଅପରେସନ ସିନ୍ଦୂରର ସଫଳତାକୁ ନେଇ ଆଜିଠୁ ବିଜେପି ପକ୍ଷରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା, ୧୦ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଏହା ମାଧ୍ୟମରେ ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ।
ଭାରତ କିପରି ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ବିଶ୍ବରେ ନିଜର ସ୍ବାଭିମାନକୁ ସୁରକ୍ଷିତ ରଖିପାରିଛି ଏହାକୁ ଉପସ୍ଥାପନା କରାଯିବ। ଏହିକ୍ରମରେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ପରିସରରୁ ମଧ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ବାହରିବ। କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସକାଳ ୮ ରେ କଳିଙ୍ଗ ଷ୍ଟାଡିୟମରେ ପାଳନ ହେବ ରାଲି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ସବୁ ବିଭାଗର ଅଧିକାରୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି କରାଯାଇଛି ।












Click it and Unblock the Notifications