ଖୁବଶୀଘ୍ର ପାରାଦୀପରେ ହେବ ବିମାନ ବନ୍ଦର, ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜଗତ୍‌ସିଂହପୁର ଜିଲା ତଥା ପାରାଦୀପରେ ଲକ୍ଷେ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ବୋଲି ଗତବର୍ଷ କଳିଙ୍ଗ ବାଲିଯାତ୍ରାରେ କୁହାଯାଇଥିଲା। ମାତ୍ର ବର୍ଷକ ମଧ୍ୟରେ ରାଜ୍ୟ ସରକାର ଲକ୍ଷେ ୪୫ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କେବଳ ପାରାଦୀପରେ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ସାରେ ପାରାଦୀପରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଉଦ୍‌ଘାଟନ କରିବା ଅବସରରେ ସୂଚନା ଦେଇଛନ୍ତି। ଏତଦ୍‌ବ୍ୟତୀତ ପାରାଦୀପରେ ଏକ ଏୟାରପୋର୍ଟ କରିବା ପାଇଁ ସରକାର ଏବେ ଯାଞ୍ଚ କରୁଛନ୍ତି। ଖୁବଶୀଘ୍ର ଏହି ଏୟାରପୋର୍ଟ ପାଇଁ ଘୋଷଣା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ରେ ଘୋଷଣା କରିଥିଲେ ଯେ, ପାରାଦୀପ ହେବ ପୂର୍ବ ଭାରତର ବିକାଶ ପଥ। ଏବେ ତାହା ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି।

mohan majhi

ଶିଳ୍ପ କରିଡର ପାଇଁ ଆବଶ୍ୟକ ଭିତ୍ତିଭୂମି ରାସ୍ତା, ରେଳପଥ, ବନ୍ଦର, ଏୟାରପୋର୍ଟ ଆଦି କାମ ଚାଲିଛି। ଓଡ଼ିଶାର ପ୍ରଥମ ୮ ଲେନ ରାସ୍ତା ପାରାଦୀପଠାରୁ ବଡ଼ବିଲ ପର୍ଯ୍ୟନ୍ତ କାମ ଚାଲିଛି। ଏଥିସହ ୪ଟି ନୂଆ ପ୍ରକଳ୍ପ ପାଇଁ ସଦ୍ୟ ବୁଝାମଣାପତ୍ର (ଏମ୍‌ଓୟୁ)ସରିଛି। ସେଗୁଡିକ ହେଲା ଗଞ୍ଜାମ ଜିଲାର ବାହୁଦା ବନ୍ଦର, କେନ୍ଦ୍ରାପଡା ଜିଲା ମହାନଦୀ ମୁହାଣ ପାଖରେ ଜାହାଜ ନିର୍ମାଣ କାରଖାନା, ପୁରୀରେ କ୍ରୁଜ ଟର୍ମିନାଲ ଓ ସବୁଜ ହାଇଡ୍ରୋଜେନ ପ୍ରକଳ୍ପ। ଭୁବନେଶ୍ୱରରେ ଚିପ୍‌ (କମ୍ପ୍ୟୁଟରରେ ବ୍ୟବହୃତ ସାମଗ୍ରୀ)ନିର୍ମାଣ ପାଇଁ ମଧ୍ୟ ଏମ୍‌ଓୟୁ ହୋଇ ସାରିଛି। ଏହା କାର୍ଯ୍ୟକାରୀ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ଚିପଠାରୁ ଶିପ୍‌ ନିର୍ମାଣ କାର୍ଯ୍ୟ ଏହି ଓଡ଼ିଶାରୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟ ସରକାର ୧୬ ମାସ ମଧ୍ୟରେ ୨୧ ପ୍ରତିଶ୍ରୁତିରୁ ୧୧ଟି କାର୍ଯ୍ୟକାରୀ କରିସାରିଲେଣି। ୨୦୩୬ରେ ସ୍ବତନ୍ତ୍ର ଓଡ଼ିଶାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକଶିତ ଓଡ଼ିଶା ଲକ୍ଷ୍ୟ କରାଯାଇଛି। ଏହି ଦିଶା ଓ ଦଶାକୁ ଆମ ସରକାର ସଫଳ କରିବା ପାଇଁ ଅନବରତ ଚେଷ୍ଟା କରୁଛି ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ। କଳିଙ୍ଗ ବାଲିଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜଗତସିଂହପୁର ଜିଲାପାଳ ଜେ.ସୋନାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଜଗତସିଂହପୁର ଏମ୍‌ପି ବିଭୁପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ବନ୍ଦର ଅଧ୍ୟକ୍ଷ ପି.ଏଲ. ହାରାନ୍ଧ ପ୍ରମୁଖ ଯୋଗ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+