Get Updates
Get notified of breaking news, exclusive insights, and must-see stories!

ବିଶ୍ୱସ୍ତରୀୟ ଆଧୁନିକ ପୋର୍ଟ ହେବ ପାରାଦୀପ

ପାରାଦୀପ ବନ୍ଦରକୁ 3,004.63 କୋଟି ଟଙ୍କା ବିନିମୟରେ ଏକ ବିଶ୍ୱ-ସ୍ତରୀୟ ଆଧୁନିକ ବନ୍ଦର ଭାବରେ ବିକଶିତ କରାଯିବ । ଯେଉଁଥିରେ ବଡ଼ ଆକାରର କ୍ୟାପ୍ସାଇଜ ଜାହାଜକୁ ମଧ୍ୟ ସମ୍ଭାଳିବାର କ୍ଷମତା ରହିବ ।

ଭୁବନେଶ୍ୱର: ବିଶ୍ୱ-ସ୍ତରୀୟ ଆଧୁନିକ ବନ୍ଦର ଭାବରେ ବିକଶିତ ହେବ ପାରାଦୀପ ବନ୍ଦର । 3,004.63 କୋଟି ଟଙ୍କା ବିନିମୟରେ ଆଧୁନୀକରଣ। ବଡ଼ ଆକାରର କ୍ୟାପ୍ସାଇଜ ଜାହାଜକୁ ମଧ୍ୟ ସମ୍ଭାଳିବାର କ୍ଷମତା ରହିବ । ବନ୍ଦର ଏବଂ ଜଳମାର୍ଗ ମନ୍ତ୍ରାଳୟ ରବିବାର ଏକ ବିବୃତ୍ତିରେ ଏନେଇ ସୂଚନା ଦେଇଛି । ମନ୍ତ୍ରାଳୟ କହିଛି ଯେ ଏହି ପରିଯୋଜନା ଅନୂଯାୟୀ ପାରାଦୀପ ବନ୍ଦରର ବିକାଶ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ମଡେଲରେ କରାଯିବ ।

paradeep port
କ୍ୟାପ୍ସାଇଜ ଜାହାଜ ମାଲବାହୀ ଶ୍ରେଣୀରେ ସବୁଠୁ ବଡ଼ ଜାହାଜ । ଯାହା ଲୁହାପଥର ଏବଂ କୋଇଲା ଭଳି ମାଲ ପରିବହନ କରାଯାଇଥାଏ । କ୍ୟାପ୍ସାଇଜ୍ ଜାହାଜ ଏହାର ବଡ଼ ଆକାର ଯୋଗୁଁ ପାନାମା କେନାଲରେ ଯାତାୟତ କରି ପାରେନାହିଁ । ପ୍ରଶାନ୍ତ ଏବଂ ଆଟଲାଣ୍ଟିକ୍ ମହାସାଗର ମଧ୍ୟରେ ଯିବା ପାଇଁ କେପ ଅଫ ଗୁଡ ହୋପ ଚାରିପାଖରେ ଚକ୍କର ଲଗାଇବାକୁ ପଡ଼ିଥାଏ ।
ବିବୃତ୍ତିରେ କୁହାଯାଇଛି ଯେ, ପାରାଦୀପ ବନ୍ଦରର ଆଧୁନିକୀକରଣରେ 2,040 କୋଟି ଟଙ୍କା ଖର୍ଚ୍ଚହେବ । କେନ୍ଦ୍ର ବନ୍ଦର ଏବଂ ନୌବାଣିଜ୍ୟ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଯେ, ଏହି ପରିଯୋଜନା ପାରାଦୀପ ବନ୍ଦରକୁ ଏକ ମେଗା ବନ୍ଦର କରିବା ଦିଗରେ ମାଇଲଖୁଣ୍ଟ ହେବ ।

ସେ କହିଛନ୍ତି ଯେ ଏହା ପୂର୍ବ ରାଜ୍ୟମାନଙ୍କ ବିକାଶରେ ପ୍ରଧାନମନ୍ତ୍ରୀଙ୍କ ଭିଜନର ଫଳାଫଳ । ଏହି ଯୋଜନା ଦ୍ୱାରା ବନ୍ଦରରେ ଭିଡ଼ କମିବ, ସାମୁଦ୍ରିକ ମାଲ ପରିବହନ ଭଡ଼ା କମ୍ ହେବ, କୋଇଲା ଆମଦାନୀ ଶସ୍ତା ହେବ ଏବଂ ବନ୍ଦରର ଭିତର ଅଞ୍ଚଳରେ ଔଦ୍ୟୋଗିକ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+