ପାରାଦୀପରୁ-କେନ୍ଦୁଝରଗଡ଼ ଗଡିବ ପାସେଞ୍ଜର ଟ୍ରେନ୍‌

୮ରୁ ଗଡ଼ିବ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ - କେନ୍ଦୁଝରଗଡ଼ ଏବଂ ପୁରୀ- ଆନନ୍ଦ ବିହାର ଏକ୍ସପ୍ରେସ୍‌ ଭାୟା କେନ୍ଦୁଝରଗଡ଼ ଟ୍ରେନର ଶୁଭାରମ୍ଭ କରିଛନ୍ତି। ତେବେ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନର ନିୟମିତ ସେବା ଉଭୟ ଦିଗରୁ ଆସନ୍ତା ୮ ତାରିଖରୁ ଆରମ୍ଭ ହେବ। ସେହିଭଳି କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ୍‌ ପୁରୀଠାରୁ ୯ ତାରିଖରୁ ଏବଂ ଆନନ୍ଦ ବିହାରରୁ ୧୦ ତାରିଖରୁ କାର୍ଯ୍ୟକାରୀ ହେବ।
୦୮୪୦୬/୦୮୪୦୫ ପାରାଦୀପ-କେନ୍ଦୁଝରଗଡ଼-ପାରାଦୀପ ମେମୁ ପାସେଞ୍ଜର ସ୍ପେଶାଲ ପାରାଦୀପଠାରୁ ଭୋର୍‌ ୫ଟା ୩୦ରେ ଛାଡି କେନ୍ଦୁଝରଗଡ଼ରେ ୧୧ଟା ୨୫ ମିନିଟ୍‌ରେ ପହଞ୍ଚତ୍ବ। ଫେରିବା ମାର୍ଗରେ ଏହି ଟ୍ରେନ କେନ୍ଦୁଝରଗଡ଼ଠାରୁ ଅପରାହ୍ନ ୪ଟା ୩୦ରେ ଛାଡି ପାରାଦୀପରେ ରାତି ୯ଟା ୩୦ରେ ପହଞ୍ଚବ।

Train

ଏହି ଟ୍ରେନ୍‌ ପାରାଦୀପ ଓ କେନ୍ଦୁଝରଗଡ଼ ମଧ୍ୟରେ ସିଜୁ, ନୂଆଗାଓଁ, କଳାଘର, ମାର୍ଶାଘାଇ ରୋଡ୍‌, କେନ୍ଦ୍ରାପଡା, ବାଜିପଡା, ଲଲିତଗିରି, ଉଦୟଗିରି ରତ୍ନଗିରି ରୋଡ୍‌, ଚଣ୍ଡିଖୋଲ, ହରିଦାସପୁର, ନୂଆଗଡ଼ ମଧୁପୁର, ଜେନାପୁର, ବ୍ରାହ୍ମଣୀ ପିଏଚ୍‌, ଯଖପୁରା, ଯାଜପୁର କେନ୍ଦୁଝର ରୋଡ୍‌, ସୁକିନ୍ଦା ରୋଡ୍‌, ବାଘୁଆପାଳ, ଟମ୍‌କା, ଟାଙ୍ଗିରିଆପାଲ, ସଗଡପଟା, ଚିଲିକଦାରା, ହରିଚନ୍ଦନପୁର, ନୀଳକଣ୍ଠେଶ୍ୱର, ସୀତାବିଞ୍ଜ, ବସନ୍ତପୁର ଏବଂ ନରଣପୁର ଷ୍ଟେଶନରେ ଉଭୟ ପାର୍ଶ୍ୱରୁ ରହଣି କରିବ।
ଅନ୍ୟପଟେ କେନ୍ଦୁଝରଗଡ ମାର୍ଗ ଦେଇ ୧୮୪୨୭/୧୮୪୨୮ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ୍‌ ପୁରୀରୁ ପ୍ରତି ଶନିବାର ଭୋର ୪ଟା ୧୫ରେ ଛାଡି ରବିବାର ଅପରାହ୍ନ ୧ଟା ୧୦ରେ ଆନନ୍ଦ ବିହାରରେ ପହଞ୍ଚତ୍ବ ।

ଫେରିବା ମାର୍ଗରେ ଏହି ଟ୍ରେନ ଆନନ୍ଦ ବିହାରରୁ ପ୍ରତି ରବିବାର ଅପରାହ୍ନ ୫ଟା ୨୦ରେ ସୋମବାର ରାତି ୧୧ଟା ୫୫ରେ ପୁରୀରେ ପହଞ୍ଚତ୍ବ। ଏହି ଟ୍ରେନରେ ଗୋଟିଏ ଏସି ପ୍ରଥମ ଶ୍ରେଣୀ, ଦୁଇଟି ଏସି-୨ ଟାୟାର, ପାଞ୍ଚଟି ଏସି -୨ ଟାୟାର, ଗୋଟିଏ ଏସି -୨ ଟାୟାର (ଇକୋନୋମି), ୬ଟି ସ୍ଲିପର ଶ୍ରେଣୀ, ୪ଟି ଦ୍ୱିତୀୟ ଶ୍ରେଣୀ ସିଟିଂ, ଗୋଟିଏ ଗାର୍ଡ ତଥା ଦିବ୍ୟାଙ୍ଗଜନ କୋଚ, ଗୋଟିଏ ଗାର୍ଡ ତଥା ଜେନେରେଟର କୋଚ୍‌ ଏବଂ ଗୋଟିଏ ପ୍ୟାଣ୍ଟ୍ରିକାର ଉପଲବ୍ଧ ରହିଛି।

ଏହା ପୁରୀ ଓ ଆନନ୍ଦ ବିହାର ମଧ୍ୟରେ ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଯଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼, ନୟାଗଡ଼, ବାଂଶପାଣି, ଡଙ୍ଗୋଆପୋସି, ଚାଇବାସା, ଚଣ୍ଡିଲ, ମୁରି, ବୋକାରୋ ଷ୍ଟିଲ୍‌ ସିଟି, ରାଜାବେରା, ଏନ୍‌ଏସ୍‌ସି ଗୋମୋ, କୋ ଗୟା, ସାସାରାମ, ଡିଡିୟୁ ପ୍ରୟାଗରାଜ, କାନପୁର ସେଣ୍ଟ୍ରାଲ, ଟୁଣ୍ଡ୍‌ଲା ଏବଂ ଚିପିୟାନା ବୁଜର୍ଗ ଷ୍ଟେଶନରେ ଉଭୟ ପାର୍ଶ୍ୱରୁ ରହଣି କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+