Get Updates
Get notified of breaking news, exclusive insights, and must-see stories!

ସମୁଦ୍ର ମଝିରେ ବୋଟରେ ଚଢିଲା ସନ୍ଦିଗ୍ଧ ଯୁବକ, ଭୟଭୀତ ମତ୍ସ୍ୟଜୀବୀ

ପାରାଦୀପ: ମଝି ସମୁଦ୍ରରେ ବୋଟରେ ଚଢିଲା ସନ୍ଦିଗ୍ଧ ଯୁବକ । ଅଜଣା ବ୍ୟକ୍ତିଙ୍କୁ ବୋଟରେ ଚଢିବାର ଦେଖି ଭୟଭୀତ ମତ୍ସ୍ୟଜୀବୀ । ଚିଲିକା ମୁହାଣରୁ ୭୧ ମାଇଲ୍ ଦୂରରେ ସନ୍ଦିଗ୍ଧଙ୍କୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ତେବେ ଯୁବକ ଜଣକ ଭାସି ଆସିଥିବା ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ସନ୍ଦିଗ୍ଧ ଯୁବକ ଧରି ପାରାଦୀପ ଅଣୁଛନ୍ତି ବୋଟ୍ କର୍ମଚାରୀ ।

ସୂଚନା ଅନୁସାରେ, ଗତ ସପ୍ତାହରେ ଓମ୍ ନମଃ ଶିବାୟ ନାମକ ଏକ ମାଛ ଧରା ବୋଟ୍ ଏକ ସପ୍ତାହ ତଳେ ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିଲା । ବୁଧବାର ରାତିରେ ବୋଟଟି ଚିଲିକା ମୁହାଣରୁ ପ୍ରାୟ ୭୧ ମାଇଲ ଗଭୀର ସମୁଦ୍ରରେ ବୋଟଟି ଅଟକି ଯିବା ସମୟରେ ଜଣେ ଅଜଣା ବ୍ୟକ୍ତି ଦୌଡ଼ି ଧରି ବୋଟ ଉପରକୁ ଚଢି ଆସିଥିଲେ । ସନ୍ଦିଗ୍ଧଙ୍କୁ ଦେଖି ବୋଟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ପାରାଦୀପ

ତେବେ ମଝି ସମୁଦ୍ରରେ ଯୁବକ ଜଣକ କିପରି ବୋଟ୍ ଉପରକୁ ଆସିଲେ ତାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହେଉଛି । ତେବେ ଯୁବକ ଜଣକ କେଉଁଠୁ ଭାସିଆସିଥିବା ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ ।

ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣକ କେଉଁ ଭାଷା କହୁଛନ୍ତି ତାହା ବୁଝାପଡୁ ନାହିଁ ହେଲେ ତାଙ୍କ ପାଖରୁ ଏତ ଏଟିଏମ୍ କାର୍ଡ ଯବତ କରାଯାଇଛି । ଉକ୍ତ ଯୁବକକୁ ମାଛଧରା ବୋଟଟି ଆଣି ପାରାଦୀପ ଆସୁଥିବା ନେଇ ସୂଚନା ରହିଛି । କୂଳରେ ରହଞ୍ଚିବା ପରେ ହିଁ ଘଟଣା ଅଧିକ ସ୍ପଷ୍ଟ ହୋଇପାରିବ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+