ବିରଳ ଚିତ୍ର: ଆଳୁ ଗଛରେ ଫଳିଛି ଦେଶୀ ଟମାଟୋ

ଏମିତି ଦୃଶ୍ୟ ପାରାଦୀପ ଉପକଣ୍ଠ ବଗଦିଆ ଗାଁର ଦେଖିବାକୁ ମିଳିଛି । କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ଗ୍ରାମର ଶଙ୍କର ସ୍ୱାଇଁଙ୍କ ବାଡ଼ିରେ ଆଳୁ ଗଛରେ ଫଳିଛି ଟମାଟୋ ।

ପାରାଦୀପ: ଆପଣ ହାଇବ୍ରିଡ ନାଁ ଶୁଣିଥିବେ । ଆପଣ ଶଙ୍କରୀକରଣ ନାଁ ଶୁଣିଥିବେ । ମାତ୍ର ଆମେ ଏବେ ଯାହା ଆପଣଙ୍କୁ କହିବୁ ତାକୁ ଆପଣ ନ ଦେଖିଲା ପର୍ଯ୍ୟନ୍ତ ସତ ଭାବିବେ ନାହିଁ । ଆପଣ ଭାବିବେ ଏହି ମିଛ ହୋଇଥାଇ ପାରେ । କିନ୍ତୁ ପାଠକେ ଏହା ସମ୍ପୂର୍ଣ୍ଣ ସତ । ଆଳୁ ଗଛରେ ଫଳିଛି ଦେଶୀ ଟମାଟୋ । ଗଛ ଦେଇଛି ଦୁଇଟି ଫଳ । ମାଟି ତଳେ ଆଳୁ ଆଉ ମାଟି ଉପରେ ଟମାଟୋ ।

Tomatoes grow on potato trees

ତେବେ ଏମିତି ଦୃଶ୍ୟ ପାରାଦୀପ ଉପକଣ୍ଠ ବଗଦିଆ ଗାଁର ଦେଖିବାକୁ ମିଳିଛି । କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ଗ୍ରାମର ଶଙ୍କର ସ୍ୱାଇଁଙ୍କ ବାଡ଼ିରେ ଆଳୁ ଗଛରେ ଫଳିଛି ଟମାଟୋ ।
ମାଟିତଳେ ଆଳୁ ଫଳିଥିବା ବେଳେ ଉପରେ ଫଳିଛି ଟମାଟୋ। ଘରେ ଗଜା ଆଳୁକୁ ନେଇ ଶଙ୍କର ତାଙ୍କ ବାଡ଼ିରେ ପୋତି ଦେଇଥିଲେ। ବିନା ସାରରେ ଗଛ ଗୁଡ଼ିକ ବଡ଼ ହୋଇଥିଲା। ମାତ୍ର ସେଥିରୁ ଦୁଇଟି ଆଳୁ ଗଛରେ ଫୁଲ ହେବା ସହିତ ଫଳ ଫଳିଥିଲା। ଯାହାକୁ ଦେଖି ଘର ଲୋକେ ଆଶ୍ଚର୍ଯ୍ୟ ହେବା ସହିତ ଲୋକମାନଙ୍କୁ ଏସମ୍ପର୍କରେ ପଚାରି ଥିଲେ।

ପ୍ରଥମେ ଟମାଟୋ ଫଳିଛି କହି ଏହାକୁ ସେମାନେ ବିଶ୍ୱାସ କରିନଥିଲେ। ମାତ୍ର ଏବେ ଏହାକୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+