ଶିମିଳିପାଳରେ ମାଇନସରେ ପହଞ୍ଚିଲା ପାରଦ, ଜନଜୀବନ ଅସ୍ତବ୍ୟସ୍ତ

ଶିମିଳିପାଳରେ ତୁଷାରପାତ । -୧° ଡିଗ୍ରୀକୁ ଖସିଲା ପାରଦ । ଉପରବାର୍ହାକାମୁଡ଼ା, ଦେବସ୍ଥଳୀ, କୁମାରୀ ଓ ଗୁରୁଗୁଡ଼ିଆଠାରେ ତୁଷାରପାତ ହୋଇଛି । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନକୁହୁଡ଼ିର ଧଳା ଚାଦର ତଳେ ଘୋଡ଼େଇ ହୋଇଛି ଶିମିଳିପାଳ ଅଭ୍ୟାୟରଣ୍ୟ । ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ୍ ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି । ଶୁକ୍ରବାର ସକାଳ ୬ଟା ସୁଦ୍ଧା ଶିମିଳିପାଳର ଉପର ବାରାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା -୧° ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଚହଲା ଓ ଗୁରୁଗୁଡ଼ିଆରେ ୨° ଡିଗ୍ରୀ ଏବଂ ବରେହିପାଣିଠାରେ ୫° ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି ।

Shimla
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+