ଆଜି ପଙ୍କୋଦ୍ଧାର ଏକାଦଶୀ; ଗମ୍ଭୀରାରୁ ପଙ୍କ ସଫା ହେବା ପରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ

ଆଜି ହେଉଛି ପଙ୍କୋଦ୍ଧାର ଏକାଦଶୀ । ଭକ୍ତଙ୍କୁ ସମ୍ପୁର୍ଣ୍ଣ ଦର୍ଶନ ଦେଉଛନ୍ତି ପ୍ରଭୁ ଶ୍ରୀଲୋକନାଥ। ବର୍ଷ ତମାମ ଭକ୍ତଙ୍କ ଦ୍ବାରା ଲାଗି ହୋଇଥିବା ପୂଜା ସାମଗ୍ରୀ ବୁଡି ରହିଥିବା ଗମ୍ଭୀରା ସଫା କରାଯାଉଛି ।

ବର୍ଷ ବର୍ଷ ଧରି ଲାଗି ହୋଇଥିବା କ୍ଷୀର, ସର, କଦଳୀ ଓ ବେଲପତ୍ର ଆଦି ସଫା କରାଯାଉଛି । ପୁରୀ ଶ୍ରୀ ଲୋକନାଥଙ୍କ ପୀଠରେ ଆଜିର ଦିନରେ ଭକ୍ତମାନେ ଲୋକନାଥ ଦେବଙ୍କ ସମ୍ପୁର୍ଣ୍ଣ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ।

Pankoddhar Ekadashi in Odisha

ନୀତି ଅନୁଯାୟୀ ସକାଳ ୪ଟାରୁ ୭ ଟା ଭିତରେ ପଙ୍କ କଢ଼ାଯାଇଛି । ପଙ୍କ କଢ଼ାଯିବା ପରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଛି । ମାନସିକଧାରୀ ଓ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ ମାନେ ଏହି ପଙ୍କୋଦ୍ଧାରରେ ସାମିଲ ହୋଇଥିଲେ । ସକାଳ ପ୍ରାୟ ୭ ଟାବେଳ ଠାରୁ ଏକାଦଶୀ ଦର୍ଶନର ସୌଭାଗ୍ୟ ପାଇଛନ୍ତି ଭକ୍ତମାନେ । ସେପେଟ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+