OCA President: ଓସିଏ ସଭାପତି ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ପଙ୍କଜ ମହାନ୍ତି

ଫେବୃଆରୀ ୨୩ରେ ଓସିଏ ସଭାପତି ନିର୍ବାଚନ। ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପଙ୍କଜ ଲୋଚନ ମହାନ୍ତି ।

ସଭାପତି ପଦ ଲାଗି ନିର୍ବାଚିତ ହୋଇଥିଲେ ପ୍ରଣବ ପ୍ରକାଶ ଦାସ। ତେବେ କାର୍ଯ୍ୟକାଳ ଶେଷ ହେବାର ୧୦ ମାସ ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ଆଜି ଓସିଏର ସଦସ୍ୟଙ୍କ ଉପସ୍ଥିତରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପଙ୍କଜ ଲୋଚନ ମହାନ୍ତି। ୧୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୫ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୧୬ ତାରିଖରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ।

Pankaj Lochan Mohanty

ପୂର୍ବରୁ ୨୦୧୯ରୁ ୨୨ ପର୍ଯ୍ୟନ୍ତ ଓସିଏର ସଭାପତି ଭାବେ ଦାୟିତ୍ବ ତୁଲାଇଛନ୍ତି ପଙ୍କଜ ଲୋଚନ ମହାନ୍ତି । ୨୦୨୨ରୁ ଏଯାଏ କାର୍ଯ୍ୟକାରୀ ସଭାପତି ଅଛନ୍ତି। ତେଣୁ ଅଭିଜ୍ଞତା ଓ ପରିଚାଳନା ଦକ୍ଷତା ପାଇଁ ସେ ଓସିଏ ସଭାପତି ପଦ ପାଇଁ ରେସରେ ଆଗରେ ରହିଛନ୍ତି।

ଓସିଏ ସଭାପତି ପଦରୁ ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ତୁଲାଉଥିଲେ ପଙ୍କଜ ଲୋଚନ ମହାନ୍ତି । ୨୦୨୨ ଅକ୍ଟୋବର ୨୮ରେ ଓସିଏ ନିର୍ବାଚନ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+