ନନ୍ଦନକାନନରେ ଆତଙ୍କ, ଖୁଆଡ଼ରୁ ଖସିଲା ମହାବଳ ବାଘ
ନନ୍ଦନକାନନରେ ଆଜି ଏକ ବଡ଼ ଅଘଟଣ ଘଟିବା ପୂର୍ବରୁ ଟଳିଯାଇଛି । ନନ୍ଦନକାନନର ୩୩ ନମ୍ବର ଖୁଆଡ଼ରୁ ମହାବଳ ବାଘ ବାହାରି ଆସିଥିଲା । ଏହି ଖବର ପ୍ରଚାରିତ ହେବା ପରେ ନନ୍ଦନ କାନନରେ ଆଜି କିଛି ସମୟ ପାଇଁ ଖେଳି ଯାଇଥିଲା ଆତଙ୍କ।
ଭୁବନେଶ୍ୱର: ନନ୍ଦନକାନନରେ ଆଜି ଏକ ବଡ଼ ଅଘଟଣ ଘଟିବା ପୂର୍ବରୁ ଟଳିଯାଇଛି । ନନ୍ଦନକାନନର ୩୩ ନମ୍ବର ଖୁଆଡ଼ରୁ ମହାବଳ ବାଘ ବାହାରି ଆସିଥିଲା । ଏହି ଖବର ପ୍ରଚାରିତ ହେବା ପରେ ନନ୍ଦନ କାନନରେ ଆଜି କିଛି ସମୟ ପାଇଁ ଖେଳି ଯାଇଥିଲା ଆତଙ୍କ। ତେବେ କିଛି ସମୟ ମଧ୍ୟରେ କର୍ମଚାରୀ ଖୋଜାଖୋଜି କରି ସୂରଜକୁ ସେହି ସଫାରୀ ଭିତରୁ ହିଁ ପାଇଥିଲେ ବୋଲି ଜଣାପଡ଼ିଛି।

ସଫାରୀରେ ଥିବା ବାଘଙ୍କୁ ଖାଇବାକୁ ଦେବା ପାଇଁ ନିୟୋଜିତ କର୍ମଚାରୀ ଯାଇଥିଲେ। ମାତ୍ର ଜାଲିରେ ଛିଦ୍ର ହୋଇଥିବା ଦେଖି ବାଘ ବାହାରି ଯାଇଥିବା ସନ୍ଦେହ କରିଥିଲେ। ଏକ୍ସପର୍ଟ ଟିମ୍ଙ୍କ ଦ୍ୱାରା ଖୋଜାଖୋଜି କରିବା ପରେ ପ୍ରାୟ ୧୦ରୁ ୧୫ ମିନିଟ୍ ମଧ୍ୟରେ ବାଘକୁ ଠାବ କରାଯାଇଥିଲା। ଏବେ ସ୍ଥିତି ସ୍ୱାଭାବିକ ଥିବା କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।
ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ଅନୁସାରେ ବାଘ ସଫାରୀ ଭିତରକୁ ପ୍ରବେଶ କରିଥିବାରୁ ବିପଦ ଟଳିଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ନନ୍ଦନକାନନ ମଧ୍ୟରେ ପାଖାପାଖି ୨ ହଜାର ପର୍ଯ୍ୟଟକ ଥିଲେ । ସବୁ ପର୍ଯ୍ୟଟକ ସୁରକ୍ଷିତ ଥିବା ଜଣା ପଡିଛି ।












Click it and Unblock the Notifications