ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ଚାଲିଛି ତଦନ୍ତ , ଖୁବ୍ ଶୀଘ୍ର ଆସିବ ରିପୋର୍ଟ

ଭି. କେ. ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ଘଟଣାର ତଦନ୍ତ ଚାଲିଛି ଏବଂ ଏନେଇ ଖୁବ୍ ଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ। ଏଭଳି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା।

ସେ କହିଛନ୍ତି, ଭି. କେ. ପାଣ୍ଡିଆନ ବ୍ୟକ୍ତିଗତ କାମରେ ହେଲିକପ୍ଟରରେ ବୁଲିବାକୁ ନେଇ ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର ନିର୍ଯ୍ୟାସ ଆସିବ। ଯାହା ଲୋକଙ୍କ ମନରେ ସନ୍ଦେହ ଅଛି ତାହା ସତ ହୋଇପାରେ। ଅପେକ୍ଷା କରନ୍ତୁ ପାଣ୍ଡିଆନଙ୍କ ଉପରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି। ଦୁର୍ନୀତି ବିରୁଦ୍ଧରେ ଆମ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି। ତେଣୁ ହେଲିକପ୍ଟର ବୁଲାର ନିର୍ଯ୍ୟାସ ଅଳ୍ପ ଦିନ ମଧ୍ୟରେ ବାହାରିବ।

ବିଜେଡି ଶାସନରେ ଥିବାବେଳେ ଭି. କେ.ପାଣ୍ଡିଆନ୍ ନିଜର ଆଧିପତ୍ୟ ଦେଖାଇ ବିଭିନ୍ନ ସ୍ଥାନକୁ ହେଲିକପ୍ଟରରେ ଗସ୍ତ କରୁଥିଲେ। ଯେଉଁଥିରେ ରାଜସ୍ୱରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଜଣେ ସଚିବସ୍ତରୀୟ ବ୍ୟକ୍ତି କାହା ଅନୁମତିରେ ହେଲିକପ୍ଟରରେ ଗସ୍ତ କରୁଥିଲେ ବୋଲି ପ୍ରଶ୍ନ କରିଛି ବିଜେପି ସରକାର। ତେଣୁ ଏନେଇ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+