Get Updates
Get notified of breaking news, exclusive insights, and must-see stories!

ରୋମରେ ପ୍ରବାସୀ ଓଡ଼ିଆଙ୍କୁ ରୂପାନ୍ତରିତ ଓଡିଶାର କଥା କହିଲେ ପାଣ୍ଡିଆନ

ସାଢେ ୪ କୋଟି ଓଡ଼ିଆ ମୋ ପରିବାର ସଦସ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକଥା ଆଜି ଓଡ଼ିଶାବାସୀ ଗ୍ରହଣ କରିଛନ୍ତି। ରୂପାନ୍ତରକରଣ କେବଳ ସ୍କୁଲ ଭିତରେ ସୀମିତ ନାହିଁ । ରାଜ୍ୟରେ ଅନେକ କ୍ଷେତ୍ରରେ ବଦଳିଛି ସ୍ଥିତି।

ରୋମ୍: ସାଢେ ୪ କୋଟି ଓଡ଼ିଆ ମୋ ପରିବାର ସଦସ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକଥା ଆଜି ଓଡ଼ିଶାବାସୀ ଗ୍ରହଣ କରିଛନ୍ତି। ରୂପାନ୍ତରକରଣ କେବଳ ସ୍କୁଲ ଭିତରେ ସୀମିତ ନାହିଁ । ରାଜ୍ୟରେ ଅନେକ କ୍ଷେତ୍ରରେ ବଦଳିଛି ସ୍ଥିତି। ରୋମରେ ପ୍ରବାସୀ ଓଡ଼ିଆଙ୍କ ସାକ୍ଷାତ ବେଳେ ୫-ଟି ସଚିବ ଭି.କେ ପାଣ୍ଡିଆନ ଏ ସଂପର୍କରେ କହିଛନ୍ତି । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଓଡିଶାବାସୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନକୁ ଆସିବା ପରେ ପ୍ରଥମେ ଏହି ସେକ୍ଟରରେ କାମ ଆରମ୍ଭ କରିଥିଲେ । ଉପକୂଳ ଜିଲ୍ଲା ଗୁଡିକରେ ବିପର୍ଯ୍ୟୟରୁ ବଞ୍ଚିବା ପାଇଁ ବାତ୍ୟା ଆଶ୍ରୟ ସ୍ଥଳ, ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରିଥିଲେ । ଯାହା ଦ୍ବାରା କିଛି ଅଂଶରେ କ୍ଷୟକ୍ଷତି କମିଥିଲା ।

pandian

୨୦୦୦ ମସିହା ପରଠାରୁ ବିପର୍ଯୟ ସମୟରେ ସରକାର ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦେଇଛନ୍ତି । ବିଜୁବାବୁ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେଇଥିଲେ । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ପ୍ରତିଶତ ସଂରକ୍ଷଣ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟର ୭୦ ପ୍ରତିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମହିଳା ଅଛନ୍ତି ।

୧୯୯୭ରେ ରାଜ୍ୟ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା । ହେଲେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରେ ଏବେ ଓଡ଼ିଶା ଖାଦ୍ୟ ସୁରକ୍ଷାରେ ଦେଶରେ ତୃତୀୟ ସ୍ଥାନରେ ରହିଛି । ସେହିପରି ରାଜ୍ୟର ୪୫୦୦ ସରକାରୀ ହାଇସ୍କୁଲକୁ ରୂପାନ୍ତର ହୋଇଛି । ପୂର୍ବରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଦିଆଯାଉଥିଲା । ଏବେ ସ୍ମାର୍ଟ ହେଲଥ କାର୍ଡରେ ଉତ୍ତମ ସ୍ବାସ୍ଥ୍ୟ ସେବା ଦିଆଯାଉଛି । ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟସେବା ମିଳୁଛି । ଏଭଳି ରୂପାନ୍ତରିକରଣ କାର୍ଯ୍ୟ ପାଇଁ ରାଜ୍ୟର ସାମୁହିକ ବିକାଶ ହୋଇପାରିଛି ବୋଲି ୫ଟି-ସଚିବ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+